ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରାମାୟଣର ଶିଶୁ କଳାକାର ଲବ, କୁଶ ଏବେ ବଡ଼ ହୋଇ ଗଲେଣି। ଦୀର୍ଘ ୩୦ ବର୍ଷ ପରେ ଏମାନେ କ’ଣ କରୁଛନ୍ତି ଆସନ୍ତୁ ଜାଣିବା।

୮୦ ଦଶକର ରାମାୟଣ ଏବେବି ଲୋକଙ୍କୁ ପସନ୍ଦ ଆସୁଛି। କେବଳ ‘ରାମାୟଣ’ ନୁହେଁ ‘ଉତ୍ତର ରାମାୟଣ’ ବି ଟିଆରପିର ସବୁ ରେକର୍ଡ ଭାଙ୍ଗଛି। ଯଦି ଆପଣ ବି ଏହି ସିରିଏଲ ଦେଖିଥିବେ ତେବେ ଏଥିରେ ନିଶ୍ଚୟ ଲବ, କୁଶ ଭୂମିକାରେ ଅଭିନୟ କରିଥିବା ଛୋଟ ଛୋଟ କଳାକାରଙ୍କୁ ବି ଆପଣ ଦେଖିଥିବେ। ତେବେ ଜାଣନ୍ତି କି ଏମାନେ ଏବେ କ’ଣ କରୁଛନ୍ତି?

ମୟୁରେଶ କ୍ଷେତ୍ରାମଦେ ଲବଙ୍କ ଭୂମିକାରେ ନଜର ଆସିଥିଲେ। ମୟୁରେଶ ଏଥିରେ ଦମଦାର ଅଭିନୟ କରିଥିଲେ। କିନ୍ତୁ ଉତ୍ତର ରାମାୟଣ ପରେ ସେ ନିଜ ପାଠପଢ଼ାରେ ଲାଗିଯାଇଥିଲେ।  ଏବେ ସେ ଆମେରିକାରେ ଅଛନ୍ତି ଏବଂ କମିଶନ ଜଙ୍କସନ୍ ଏଫିଲିଏଟ ନାମକ କମ୍ପାନୀର ସିଇଓ ହୋଇଛନ୍ତି।

କୁଶ ଭୂମିକାରେ ଅଭିନୟ କରିଥିଲେ ସ୍ୱପ୍ନିଲ ଜୋଶୀ। ସ୍ୱପ୍ନିଲ ହିନ୍ଦୀ ଏବଂ ମରାଠୀ ସିନେମାର ଏକ ବଡ଼ ନାଁ। ସ୍ବପ୍ନିଲ କୁଶ ବ୍ୟତୀତ ଶ୍ରୀକୃଷ୍ଣ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି।

Comment