ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରାମାୟଣ କଥା ଆସିଲେ ସମସ୍ତେ ରାମ ଏବଂ ସୀତାଙ୍କ ବିଷୟରେ ଆଲୋଚନା କରନ୍ତି। କିନ୍ତୁ ଏ କଥା ବି ସତ ଲକ୍ଷ୍ମଣଙ୍କ ବିନା ରାମାୟଣ ମଧ୍ୟ ଅସମ୍ପୂର୍ଣ୍ଣ। ରାମାୟଣରେ ଲକ୍ଷ୍ମଣଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଟିଭି ପରଦାରେ ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ପାଇଛନ୍ତି ଅନେକ କଳାକାର। ଏମାନଙ୍କ ଭିତରୁ କିଏ ଦର୍ଶକଙ୍କ ଦୃଷ୍ଟିରେ ପାସ୍‌ ତ କିଏ ଫେଲ୍‌।

ସୁନୀଲ ଲହରୀ

ସୁନୀଲ ଲହରୀ ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିଲେ। ଏହି ଚରିତ୍ରରେ ଅଭିନୟ ପାଇଁ ସେ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ରହିଗଲେ। ଲୋକମାନେ ତାଙ୍କୁ ତାଙ୍କର ପ୍ରକୃତ ନାମଠାରୁ କମ୍ ଏବଂ ଲକ୍ଷ୍ମଣ ଭାବରେ ଅଧିକ ଚିହ୍ନନ୍ତି।

ଅଙ୍କିତ ଆରୋରା

ବହୁ ବର୍ଷ ପରେ ଆନନ୍ଦ ସାଗର ଆଉ ରାମାୟଣ ଛୋଟ ପରଦାରେ ଆଣିଥିଲେ। ଏହି ରାମାୟଣ ମଧ୍ୟ ଅନେକାଂଶରେ ସଫଳ ହୋଇଥିଲା।  ଏହି ସୋ’ରେ ଲକ୍ଷ୍ମଣଙ୍କ ଭୂମିକାରେ ଅଙ୍କିତ ଆରୋରାଙ୍କୁ ଦେଖିବାକୁ ମିଳିଥିଲା। ଯଦିଓ ସେ ସୁନିଲ ଲହରୀଙ୍କ ଭଳି ପପୁଲାର ହୋଇନଥିଲେ ତଥାପି ସେ ଦର୍ଶକଙ୍କ ନଜରରେ ଆସିଥିଲେ।

ନୀଲ ଭଟ୍ଟ

ଏବେ ଆଣ୍ଡ୍‌ ଟିଭିରେ ‘ରାମାୟଣ – ଜୀୱନ୍ କା ଆଧାର’ର ଟେଲିକାଷ୍ଟ ଆରମ୍ଭ ହୋଇଛି। ସୋ’ରେ ନୀଲ ଭଟ୍ଟ ଲକ୍ଷ୍ମଣ ଭାବରେ ନଜର ଆସିଥିଲେ। ଏହି ରାମାୟଣକୁ ଦର୍ଶକଙ୍କଠାରୁ ଅଧିକ ଭଲ ପାଇବା ମିଳିନଥିଲା।  ଏହି କାରଣରୁ ଲୋକମାନେ ନୀଲ ଭଟ୍ଟଙ୍କ ଚରିତ୍ର ପ୍ରତି ଅଧିକ ଧ୍ୟାନ ଦେଇନଥିଲେ।

ଆହୁରି ମଧ୍ୟ ଅନେକ ପୌରାଣିକ ସିରିଏଲ ରହିଛି। ଯେଉଁଥିରେ ବିଭିନ୍ନ କଳାକାର ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ହେଲେ ସେମାନଙ୍କୁ ସେତେଟା ସଫଳତା ମିଳିପାରି ନାହିଁ।

Comment