ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଧାରଣତଃ ଅନ୍ୟ ସିରିଏଲ ଅପେକ୍ଷା ଆମ ଦେଶରେ ପୌରାଣିକ ସିରିଏଲର ଚାହିଦା ଅଧିକ ରହିଛି। ଲୋକେ ପୌରାଣିକ  ସିରିଏଲ ଓ ଏହା ଜଡ଼ିତ କଳାକାରଙ୍କୁ ଢେର ଭଲପାଇବା ଦେଇଥାନ୍ତି। କେହି କେହି ତ ସେହି ଚରିତ୍ର ପାଇଁ ଲୋକଙ୍କ ନିକଟରେ ପରିଚିତ ହୋଇଯାଆନ୍ତି। ଯେମିତିକି ଟିଭିର ରାମ ଅରୁଣ ଗୋଭିଲ, ଟିଭିର କୃଷ୍ଣ ନୀତିଶ ଭରଦ୍ୱାଜ। ସେମିତି ଜଣେ ହେଲେ ଟିଭିର ଶନିଦେବ ଦୟା ଶଙ୍କର।

ସିରିଏଲ ‘ମହିମା ଶନିଦେବ୍‌ କି’ରେ ଦୟା ଶଙ୍କର ଶନିଦେବଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଦୟା ଶଙ୍କର ପାଣ୍ଡେ ତାଙ୍କ କ୍ୟାରିୟରରେ ‘ଗଙ୍ଗାଜଲ’, ‘ଲଗନ’, ‘ଦିଲ୍ଲୀ ୬’, ‘ରାଜନୀତି’ ଭଳି ଫିଲ୍ମରେ    ଅଭିନୟ କରିଛନ୍ତି। ତେବେ ‘ମହିମା ଶନି ଦେବ କି’ ସିରିଏଲ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା।

ଦୟା ଶଙ୍କର ପାଣ୍ଡେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସ୍କୁଲ ଦିନରୁ ଦୟା ଶଙ୍କର ନାଟକ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ଆଶୁତୋଷ ଗୋୱାରିକରଙ୍କ ସହ ‘ପେହଲା ନଶା’। ଏହା ପରେ ସେ ‘ଲଗନ’ରେ ମଧ୍ୟ ଅଭିନୟ କରିଥିଲେ। ‘ଲଗନ୍’ ତାଙ୍କ କ୍ୟାରିୟରରେ ଏକ ନୂଆ ମୋଡ଼ ଆଣିଥିଲା।

କିନ୍ତୁ ସେ ଯେତେବେଳେ ‘ଶନିଦେବ’ ସିରିଏଲରେ କାମ ପାଇଥିଲେ ସେତେବେଳେ ତାଙ୍କ ପାଖରେ ବେଶୀ କାମ ନଥିଲା। ଏହି ସୋ’ କରି ସେ ଆହୁରି ଦର୍ଶକଙ୍କ ପ୍ରଶଂସା ପାଇଥିଲେ।

Comment