ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣାଶୁଣା ହିନ୍ଦୀ ଟେଲି କଳାକାର ଆଶିଷ ରାୟଙ୍କ ପରଲୋକ ଘଟିଛି। ୫୫ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଆଶିଷ ଦୀର୍ଘଦିନରୁ କିଡନୀ ରୋଗରେ ପୀଡ଼ିତ ଥିଲେ। ବହୁ ଆର୍ଥିକ ଅଭାବ ଭିତରେ ତାଙ୍କର ଚିକିତ୍ସା ଚାଲିଥିଲା। ଆଶିଷ ନିଜେ ଅନେକ ଥର ସୋସିଆଲ ମିଡିଆ ଜରିଆରେ ଆର୍ଥିକ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ।

ଏହାପୂର୍ବରୁ ଜାନୁଆରି ୨୦୧୯ ରେ ଆଶିଷଙ୍କୁ ପକ୍ଷାଘାତ ହେବା ପରେ ସେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୨୦୧୮ରେ ଆଶିଷଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଏଥିପାଇଁ ଅସ୍ତ୍ରୋପଚାର କରାଯାଇଥିଲା। ଏହାପରେ ସେ ସପୂର୍ଣ୍ଣ ଅସୁସ୍ଥ ହୋଇପଡ଼ିଥିଲେ।

‘ସସୁରାଲ୍ ସିମର କା’, ‘ବନେଗି ଅପନି ବାତ୍‌’, ‘ବ୍ୟୋମକେଶ ବକ୍ସି ‘ୟେସ୍‌ ବସ’, ‘ମେରେ ଆଙ୍ଗନେ ମେଁ’,  ‘କୁଛ୍‌ ରଙ୍ଗ ପ୍ୟାର୍ କେ ଏସେ ଭି’ ଭଳି ସୋ’ରେ ଆଶିଷ କାମ କରିଥିଲେ।

Comment