ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଭାରତରେ ହିନ୍ଦୀ ମେଗାଧାରିବାହିକର ଚାହିଦା ଅଧିକ। ଘରେ ଘରେ ଲୋକେ ସିରିଏଲ ସହ ବେଶ୍‌ ପରିଚିତ। ଆଜି ଆମେ ସେମିତି କିଛି ଟିଭି ସିରିଏଲ ବିଷୟରେ ଜାଣିବା, ଯାହା  ଲୋକପ୍ରିୟତାର ସବୁ ସୀମା ପାର୍‌ କରିଥିଲା। ଖାସ କଥା ବହୁ ପୁରୁଣା ହେଲେ ବି ଲୋକେ ଆଜିବି ଏହି ସିରିଏଲକୁ ମନେ ରଖିଛନ୍ତି।

‘କିଉଁକି ସାସ୍‌ ଭି କଭି ବୋହୁ ଥି’

ଏକତା କପୁରଙ୍କ ଏହି ଲୋକପ୍ରିୟ ଡ୍ରାମା ଧାରାବାହିକରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ଲଗାତାର ୮ ବର୍ଷ ଧରି ଏହି ଟିଭି ଟିଭିରେ ପ୍ରସାରିତ ହୋଇଥିଲା| ଏଥିରେ ୧୮୩୩ ଏପିସୋଡ୍ ପ୍ରଦର୍ଶିତ ହୋଇଥିଲା| ଏଥିରେ ମୁଖ୍ୟ ଭୂମିକରରେ ସ୍ମୃତି ଇରାନୀଙ୍କୁ ଦେଖିବାକୁ ମିଳିଥିଲା।

‘କାହାନୀ ଘର ଘର କି’

ଏକତା କପୁରଙ୍କର ଦ୍ୱିତୀୟ ସୁପରହିଟ୍ ସିରିଏଲ୍ ‘କାହାନି ଘର୍‌ ଘର କି’  ଥିଲା। ଏହି ସୋ’ରେ ୧୬୬୧ ଏପିସୋଡ୍ ପ୍ରଦର୍ଶିତ ହୋଇଥିଲା| ଏହି ସୋ’ ୮ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା|

‘କସୌଟି ଜିନ୍ଦେଗୀ କି’

ଏହା ମଧ୍ୟ ଏକତା କପୁରଙ୍କ ଆଉ ଏକ ହିଟ୍‌ ସୋ ଥିଲା। ଏହି ସିରିଏଲରେ ୧୪୨୩ ଏପିସୋଡ୍ ଟେଲିକାଷ୍ଟ ହୋଇଥିଲା।  ଦୀର୍ଘ ୭ ବର୍ଷ ଧରି ଏହି ସୋ’କୁ ଦର୍ଶକଙ୍କ ଭଲପାଇବା ମିଳିଥିଲା।

‘ଉତରନ’

ରଶ୍ମୀ ଦେଶାଇ ଓ ଟିନା ଦତ୍ତଙ୍କ ଅଭିନୀତ ବହୁ ଲୋକପ୍ରିୟ ସିରିଏଲ ଥିଲା ଉତରନ।  ଏହି ସିରିଏଲରେ ୧୫୪୯ ଟି ଏପିସୋଡ ଥିଲା। ଦୀର୍ଘ ୭ ବର୍ଷ ଧରି ପ୍ରସାରିତ  ଏହି ସିରିଏଲକୁ ଦର୍ଶକ ଖୁବ୍‌ ଭଲ ପାଇବା ଦେଇଥିଲେ।

ସେହିପରି ଏହି ତାଲିକା, ସାଥ୍‌ ନିଭାନା ସାଥିୟାଁ, ୟେ ରସ୍ତା କ୍ୟା କେହଲାତା ହୈ, ବାଲିକା ବଧୂ, ତାରକ ମେହତା କା ଉଲଟା ଚଷମା ରହିଛି।

Comment