ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସିରିଏଲଗଡ଼ିକରେ ମଧ୍ୟ କେତକ ଅଭିନେତ୍ରୀ ଦେବୀ ମା’ଙ୍କ ଚରିତ୍ରରେ ଅଭିନୟ ଲୋକପ୍ରିୟ ହୋଇଛନ୍ତି। ସେହି ଅଭିନେତ୍ରୀମାନେ ହେଲେ ପୂଜା ବୋଷ୍‌, ଗ୍ରେସୀ ସିଂହ, ମୌନି ରାୟ।

ପୂଜା ବୋଷ୍‌

ଟେଲି ଜଗତର ଜଣେ ଆଗଧାଡ଼ିର ନାୟିକା ହେଲେ ପୂଜା ବୋଷ। ବିଭିନ୍ନ ଲୋକପ୍ରିୟ ସିରିଏଲରେ କାମ କରିଥିଲେ ମଧ୍ୟ ଦେବୋଁ କା ଦେବ ମହାଦେବ ସିରିଏଲରେ ଦର୍ଶକ ତାଙ୍କୁ ସବୁଠୁ ଅଧିକ ପସନ୍ଦ କରିଥିଲେ। ଏହି ସିରିଏଲରେ ସେ ଦେବୀ ପାର୍ବତୀଙ୍କ ଭୂମିକାରେ ଅଭିନୟ କରିଥିଲେ।

ଗ୍ରେସି ସିଂହ

ଉଭୟ ଫିଲ୍ମ ଓ ସିରିଏଲରେ ଅଭିନୟ କରି ବେଶ୍‌ ସଫଳତା ପାଇଛନ୍ତି ଅଭିନେତ୍ରୀ ଗ୍ରେସି ସିଂହ। ଗ୍ରେସି ସିଂହ ସନ୍ତୋଷୀ ମା’ ସିରିଏଲରେ ମାତା ସନ୍ତୋଷୀଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଦର୍ଶକଙ୍କ ତାଙ୍କୁ ଏହି ଭୂମିକାରେ ନଜର ଆସିଥିଲେ।

ମୌନି ରାୟ

ହିଟ୍‌ ସୋ’ ଦେବୋଁ କା ଦେବ ମହାଦେବରେ ସତୀ ଭୂମିକାରେ ଅଭିନୟ କରିଥିଲେ ମୌନି ରାୟ। ଏହି ସିରିଏଲରୁ ହିଁ ସେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ।

Comment