ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିନ୍ଦୀ ଟେଲିଭିଜନ ଜଗତକୁ ବଡ଼ ଝଟକା ଲାଗିଛି। ସୋମବାର ସକାଳୁ ଜଣାଶୁଣା ଟେଭି ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା।

ଦିବ୍ୟା ଗତ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ମୁମ୍ବାଇ ଗୁରୁଗାଓଁସ୍ଥିତ ଏସ୍‌ଆରବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହେବା ଯୋଗୁଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

‘ତେରା ୟାର ହୁଁ ମେଁ’, ‘ୟେ ରିସ୍ତା କ୍ୟା କେହଲାତା ହୈ’, ‘ସଂସ୍କାର’ ଓ ‘ସୱାଁରେ ସବ୍‌କେ ସପ୍‌ନେ… ପ୍ରୀତୋ’ ଭଳି ଧାରାବାହିକରେ ତାଙ୍କୁ ଦେଖିବାକୁ ମିଳିଥିଲା। ହସ୍‌ପିଟାଲ୍‌ରେ ଭର୍ତ୍ତି ହେବା ପୂର୍ବରୁ ଦିବ୍ୟା କମେଡି ସୋ’ ‘ତେରା ୟାର ହୁଁ ମେଁ’ର ଶୁଟିଂ କରୁଥିଲେ।

ଦିବ୍ୟା ୨୦୧୯ ଡିସେମ୍ବର ମାସରେ ତାଙ୍କ ବୟଫ୍ରେଣ୍ଡ ଗଗନଙ୍କୁ ବିବାହ କରିଥିଲେ। ସେ ସ୍ୱାମୀଙ୍କ ସହ ପ୍ରଥମ ବିବାହବାର୍ଷିକୀ ପାଳନ କରିବା ପୂର୍ବରୁ ଆଖି ବୁଜି ଦେଇଛନ୍ତି। ଦିବ୍ୟାଙ୍କ ବିୟୋଗରେ ଟେଲିଭିଜନ ଇଣ୍ଡଷ୍ଟ୍ରିର ବହୁ କଳାକାର ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି।

Comment