ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟିଭି ଇଣ୍ଡଷ୍ଟ୍ରିରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କେବେ ଛୋଟ ପରଦାରେ ଲୋକଙ୍କ ହୃଦୟରେ ରାଜ କରୁଥିଲେ। କିନ୍ତୁ କିଛି ସମୟ ପରେ ସେ ଅଭିନୟରୁ ନିଜକୁ ଦୂରେଇ ରଖିଛନ୍ତି। ଆସନ୍ତୁ ଜାଣିବା ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ।

ମୋହିନା କୁମାରୀ ସିଂ

‘ୟେ ରିସ୍ତା କ୍ୟା କେହଲତା ହୈ’ ଫେମ୍‌ ମୋହିନା କୁମାରୀ ସିଂ ଗୋଟିଏ ସମୟରେ ଦର୍ଶକଙ୍କର ଭାରି ପ୍ରିୟ ଥିଲେ। ଏବେ କିନ୍ତୁ ସେ ଅଭିନୟକୁ ବିଦାୟ ଦେଇଛନ୍ତି। ବିବାହ ପରେ ସେ ଅଭିନୟରୁ ଦୂରେଇ ଯାଇଛନ୍ତି।

ରୁଚା ହାସବନିସ୍

‘ସାଥ୍ ନିଭାନା ସାଥିଆ’ରେ ରାଶି ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀଙ୍କୁ କିଏ ନଜାଣିଛି। ଏହି ଚରିତ୍ରରେ ରୁଚା ହାସବନିସ୍ ଅଭିନୟ କରିଥିଲେ। ୨୦୧୫ ରେ ବିବାହ କରିବା ପରେ ଟିଭି ଇଣ୍ଡଷ୍ଟ୍ରିକୁ ବିଦାୟ ଦେଇଥିଲେ ରୁଚା। ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କ ସହ ବିଦେଶରେ ରହୁଛନ୍ତି।

ସୌମ୍ୟା ସେଠ୍

‘ନବ୍ୟା’, ‘ଦିଲ କି ନଜର ସେ ସୁନ୍ଦର’ ଭଳି ଟିଭି ସୋ ଦ୍ୱାରା ହିଟ୍ ହୋଇଥିବା ଅଭିନେତ୍ରୀ ସୌମ୍ୟା ସେଠ୍‌ ବିବାହ ପରେ ଆମେରିକାରେ ରହୁଛନ୍ତି। ସୌମ୍ୟା ହେଉଛନ୍ତି ଗୋବିନ୍ଦାଙ୍କ ଭାଣଜୀ। ଏବେ ତାଙ୍କୂ ଆଉ ପରଦାରେ ଦେଖିବାକୁ ମିଳୁନି।

Comment