ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟିଭି ଦୁନିଆରେ ଷ୍ଟାର ହେବା ଅର୍ଥ ଘରେ ଘରେ ପରିଚିତ ହେବା। ଅଧିକାଂଶ ଲୋକ ଫିଲ୍ମ ଅପେକ୍ଷା ସିରିଏଲ ଦେଖିବାକୁ ପସନ୍ଦ କରନ୍ତି। ପ୍ରତ୍ୟେକ ଘରେ ସିରିଏଲର କାହାଣୀ ଓ ଷ୍ଟାର ସମ୍ପର୍କରେ ଆଲୋଚନା। ଟିଭି ଦୁନିଆରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଢେର ସଫଳତା ପାଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ସେମାନେ ବିନା ଗଡଫାଦରରେ ଏହି ସଫଳତା ହାସଲ କରିଛନ୍ତି।BGU

ସୁରଭି ଚନ୍ଦନା

୨୦୦୯ରେ ଟିଭି ସୋ ‘ତାରକ ମେହେତା କା ଉଲଟା ଚଷମା’ରେ ସୁରଭି ଅଭିନୟ ଆରମ୍ଭ କରିଥିଲେ। ପରେ ସେ ୨୦୧୪ରେ ‘କୁବୁଲ ହୈ’ ରେ ଅଭିନୟ କରିଥିଲେ। ଏହା ପରେ, ‘ଇଶ୍କବାଜ୍’ ଏବଂ ‘ସଞ୍ଜୀବନୀ’ ତାଙ୍କୁ ଏକ ଘରେ ଘରେ ପରିଚିତ କରାଇଥିଲା। ସୁରଭି ମୁମ୍ବାଇରେ ଏମବିଏ ପଢ଼ୁଥିଲେ। ଏହାପରେ ସେ ମଡେଲିଂ ଏବଂ ଅଭିନୟ କ୍ୟାରିୟର ବାଛିଥିଲେ। ଟିଭି ଦୁନିଆରେ ତାଙ୍କର କୌଣସି ଗଡଫାଦର ନାହାନ୍ତି।

ଶିବାଙ୍ଗୀ ଜୋଶୀ

ଶିବଙ୍ଗୀ ୨୦୨୩ ରେ ଟିଭି ଶୋ ’ଖିଲିତି ହୈ ଜିନ୍ଦେଗୀ ଆଖ ମିଚୋଲି’ ରୁ ଡେବ୍ୟୁ କରିଥିଲେ। ୨୦୧୬ ମସିହାରେ, ‘ୟେ ରିସ୍ତା କୟା କେହଲତା ହୈ’ରୁ ସେ ଲୋକଲୋଚନକୁ ଆସିଥିଲେ।  ଏବେ ସେ ନାଇରା ଭୂମିକାରେ ସମସ୍ତଙ୍କ ପ୍ରିୟ। ଶିବାଙ୍ଗୀ ଏହି ସଫଳତା ନିଜ ଦମ୍‌ ହାସଲ କରିଛନ୍ତି।

ହିନା ଖାନ

ଆଜି ଟିଭି ଦୁନିଆର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ହିନା ଅନ୍ୟତମ। ୨୦୦୯ରେ  ସେ ‘ୟେ ରିସ୍ତା କିୟା କେହଲତା ହୈ’ ରେ ଡେବ୍ୟୁ କରିଥିଲେ। ଏହାପରେ ଖତରୋଁ କି ଖିଲାଡି’ ଠାରୁ ‘ବିଗ୍ ବସ୍’ ପର୍ଯ୍ୟନ୍ତ ସେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।

ତେଜସ୍ୱୀ

ତେଜସ୍ୱୀ ୨୦୧୨ ରେ ଟିଭି ସିରିଏଲ ‘’୨୬୧୨’’ ରେ ଡେବ୍ୟୁ କରିଥିଲେ ସ୍ୱାରାଗିନି, ପେହେରଦାର ପିୟାକି, ରିସ୍ତା ଲିଖେଙ୍ଗେ ହମ୍‌ ନୟା,  କର୍ଣ୍ଣ ସଙ୍ଗିନି, ସିଲସିଲା, ଖତରୋଁ କି ଖିଲାଡି ସୋ’ରେ ଦେଖିବାକୁ ମିଳିଉୀ। ତେଜସ୍ୱୀଙ୍କର ମଧ୍ୟ ଇଣ୍ଡଷ୍ଟ୍ରିରେ କେହି ଗଡଫାଦର ନାହାନ୍ତି।

Comment