ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦେବ ଦେବ ମହାଦେବଙ୍କର ସବୁଠାରୁ ବଡ଼ ପର୍ବ ମହାଶିବରାତ୍ରିରେ ଜାଣନ୍ତୁ ଶିବଙ୍କ ମହିମା ଉପରେ ଆଧାରିତ କିଛି ସିରିଏଲ ସମ୍ପର୍କରେ।

ଅନେକ ସମୟରେ ଟିଭି ପରଦାରେ  ଦେବ ଦେବ ମହାଦେବଙ୍କ ମହିମା ଦେଖିବାକୁ ମିଳିଛି। ଏହି ସିରିଏଲଗୁଡ଼ିକରେ ପ୍ରଭୁ ଶିବଙ୍କର ମହିମାକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ସବୁଠୁ ଖାସ କଥା ଟିଭି ପରଦାରେ ମହାଦେବଙ୍କ ଚରିତ୍ରରେ ଅଭିନୟ କରି କିଛି କଳାକାର ପରିଚୟ ମଧ୍ୟ ପାଇଛନ୍ତି। ଏହି ସବୁ ସିରିଏଲକୁ ଦର୍ଶକଙ୍କ ଭଲ ପାଇବା ମଧ୍ୟ ମିଳିଛି।

ଓମ ନମଃ ଶିବାୟ

ସିରିଏଲ ଓମ ନମଃ ଶିବାୟ ଏକ ଲୋକପ୍ରିୟ ସିରିଏଲ। ଥିରେ ଅଭିନେତା ସମର ଜୟ ସିଂହ ଅଭିନୟ କରିଥିଲେ। ଏହି ସିରିଏଲ ଜରିଆରେ ଏହି ଅଭିନେତାଙ୍କ ଲୋକପ୍ରିୟତା ବି ବଢ଼ିଥିଲା।

ଦେବୋଁ କା ଦେବ

ଲାଇଫ ଓକେରେ ପ୍ରସାରିତ ଦେବୋଁ କା ଦେବ ସିରିଏଲ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ଏହି ସିରିଏଲରେ ମହାଦେବଙ୍କ ଭୂମିକାରେରେ ମୋହିତ ରାଇନା ଅଭିନୟ କରିଥିଲେ। କେବଳ ସିରିଏଲ ନୁହେଁ କେତେକ ଫିଲ୍ମରେ ଶିବଙ୍କ ମହିମା ଦେଖାଯାଇଛି।

Comment