ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାମାୟଣରେ ବଇଦ ଶୁଷେଣ ଭୂମିକାରେ ଅଭିନୟ କରିଥିବା କଳାକର ଜଣକ ଜଣେ ପାନ ଦୋକାନୀ ଥିଲେ।

ଲକ୍‌ଡାଉନ୍‌ ସମୟରେ ରାମାନନ୍ଦ ସାଗରଙ୍କ ନିର୍ମିତ ରାମାୟଣ ଦେଶରେ ପୁଣି ଲୋକପ୍ରିୟତା ହାସଲ କରିଛି। ଏହି ଧାରାବାହିକରେ ରାମ, ସୀତା ଓ ରାବଣ ଭଳି ଚରିତ୍ର ବିଷୟରେ ତ ଆପଣ ଜାଣିଥିବେ। ହେଲେ ଆଜି ଆମେ ସେହି ଚରିତ୍ର ବିଷୟରେ କହିବୁ ଯିଏ ସଞ୍ଜିବନୀ ଦେଇ ଲକ୍ଷ୍ମଣଙ୍କୁ ବଞ୍ଚାଇଥିଲେ।

ବଇଦ ଚରିତ୍ରରେ ଅଭିନୟ କରିଥିଲେ ରମେଶ ଚୌରସିୟା। ଲଙ୍କାର ବଇଦ ଶୁଷେଣ ଭୂମିକାରେ ସେ ଅଭିନୟ କରିଥିଲେ।

ଯେତେବେଳେ ମେଘନାଥଙ୍କ ବଜ୍ର ପ୍ରହାରରେ ଲକ୍ଷ୍ମଣ ଆହତ ହୋଇଥିଲେ। ସେତେବେଳେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ହନୁମାନ ବିଭିଷଣଙ୍କ ନିର୍ଦ୍ଦେଶରେ ସଞ୍ଜିବନୀ ଆଣିବାକୁ ଯାଇଥିଲେ। ସେଠାରୁ ସେ ପୂରା ପର୍ବତ ସହ ବଇଦକୁ ମଧ୍ୟ ନେଇ ଆସିଥିଲେ। ବଇଦ ଶୁଷେଣ ସଞ୍ଜିବନୀ ଦେଇ ଲକ୍ଷଣ୍ମଙ୍କ ଜୀବନ ବଞ୍ଚାଇଥିଲେ।

ଏହି ବଇଦ ଭୂମିକାରେ ଥିଲେ ରମେଶ ଚୌରସିୟା। ରମେଶ ତାଙ୍କ ସହରରେ ଏକ ପାନ ଦୋକାନ କରିଥିଲେ। ଏହି ଭୂମିକା ପାଇଁ ତାଙ୍କୁ ତାଙ୍କ ବନ୍ଧୁ ଅରବିନ୍ଦ ଦ୍ଵିବେଦୀ ଅର୍ଥାତ ରାମାୟଣର ରାବଣ ସୁଯୋଗ ଦେଇଥିଲେ।

ରାମାୟଣରେ କାମ କରିବା ପରେ ରମେଶ ତାଙ୍କ ସହରେ ବହୁତ ଲୋକପ୍ରିୟ ହୋଇଯାଇଥିଲେ। ସେଠାରେ ତାଙ୍କୁ ସମସ୍ତେ ସତ ବଇଦ ବୋଲି ଭାବୁଥିଲେ।

Comment