ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରାମାୟଣ ‘ପୂର୍ବରୁ ଫିଲ୍ମରେ କାମ କରିଥିଲେ ସୋ’ର ଲକ୍ଷ୍ମଣ। ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି ସେ।

ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଦୂରଦର୍ଶନରେ ରିଟେଲିକାଷ୍ଟ ହେବା ପରେ ଏହି ସୋ’ର କଳାକାରମାନେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। କିଛି କଳାକାର ମଧ୍ୟ ସୋସିଆଲ ମିଡିଆରେ ଡେବ୍ୟୁ କରିଛନ୍ତି। ଆଜିକାଲି ‘ରାମାୟଣ’ର ଲକ୍ଷ୍ମଣ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ଥିବା ଦେଖିବାକୁ ମିଳିଛି। ନିକଟରେ ସେ ଇନଷ୍ଟାରେ ତାଙ୍କ ପ୍ରଥମ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ‘ରାମାୟଣ’ର ଲକ୍ଷ୍ମଣ କେଉଁ ହିରୋଇନଙ୍କ ସହ ତାଙ୍କର ପ୍ରଥମ ଫିଲ୍ମ କରିଥିଲେ ତାହା ମଧ୍ୟ ଏଥିରେ ଜଣାଇଛନ୍ତି। ଲକ୍ଷ୍ମଣ ଅର୍ଥାତ ସୁନୀଲ ଲହରୀ ‘ରାମାୟଣ’ କରିବା ପୂର୍ବରୁ ଅନେକ ଫିଲ୍ମରେ କାମ କରିସାରିଥିଲେ।

ତାଙ୍କର ପ୍ରଥମ ସିନେମାର ନାମ ଥିଲା ନକ୍ସଲାଇଟ୍। ଯେଉଁଥିରେ ତାଙ୍କ ନାୟିକା ଥିଲେ ସ୍ମିତା ପାଟିଲ।୧୯୮୬ରେ ସ୍ମିତାଙ୍କର ମୃତ୍ୟୁ ହୋଇଥିଲା।

ବଡ଼ ପରଦାରେ ବିନୋଦ ଖାନ୍ନାଙ୍କ ସହ ବି ସୁନୀଲ ସ୍କ୍ରିନ ସେୟାର କରିଥିଲେ। ଏହି ସିନେମାରେ ବିନୋଦ ଖାନ୍ନା ତାଙ୍କ ବାପା ଭୂମିକାରେ ଅଭିନୟ କରିଥିଲେ। ସୁନୀଲ ବିନୋଦ ଖାନ୍ନାଙ୍କ ସହ ତାଙ୍କ ଫଟୋ ସେୟାର କରି ନିଜକୁ ଭାଗ୍ୟବାନ ବୋଲି କହିଥିଲେ।

Comment