ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରାମାନନ୍ଦ ସାଗରଙ୍କ ରାମାୟଣ ପୁନଃପ୍ରସାରଣ ହେବା ପରେ ସିରିଏଲର କଳାକାରମାନେ ଚର୍ଚ୍ଚାକୁ ଆସିଛନ୍ତି। ଏହାରିମଧ୍ୟରେ ସୋ’ର ସୀତାଙ୍କୁ ନେଇ ଏକ ବଡ଼ ଖବର ଆସିଛି। ଖବର ଟା ହେଲା ସ୍ୱାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କ ବାୟୋପିକରେ ନଜର ଆସିବେ ‘ରାମାୟଣ’ର ସୀତା ଦୀପିକା। ସେ ଏହା ଉପରେ କାମ ମଧ୍ୟ କରୁଛନ୍ତି।

ସେ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ସେ ଏହି ବାୟୋପିକର ପ୍ରଥମ ଲୁକ୍ ମଧ୍ୟ ସେୟାର କରିଛନ୍ତି। ସବୁଠୁ ଖାସ୍ କଥା ଦୀପିକା ଏଥିରେ ନିଜେ ସରୋଜିନୀ ନାଇଡୁଙ୍କୁ ଚରିତ୍ର ନିଭାଇବେ।

ଆକାଶ ନାୟକ ଏବଂ ଧୀରଜ ମିଶ୍ର ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ । ଫିଲ୍ମର କାହାଣୀ ଧୀରଜ ମିଶ୍ର ଓ ଯଶୋମତୀ ଦେବୀ ଲେଖିଛନ୍ତି। ସରୋଜିନୀ ନାଇଡୁଙ୍କ ଜୀବନୀ ଉପରେ ପ୍ରଥମ ଥର ପାଇଁ ଏହି ଫିଲ୍ମ  ନିର୍ମାଣ ହେଉଛି।

Comment