ଓଡ଼ିଶାଲାଇଭ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରଶ୍ରୀ ବିଶ୍ଵବିଦ୍ୟାଳୟ ପରିସରରେ ଆର୍ୟୁବେଦିକ କଲେଜର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରଶ୍ରୀ ରବିଶଙ୍କର ମଧ୍ୟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହାସହ ସ୍ଵାସ୍ଥମନ୍ତ୍ରୀ ନବ କିଶୋର ଦାସ ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ବହୁ ପୁରାତନ ଏହି ଚିକିତ୍ସା ବିଜ୍ଞାନ ବର୍ତ୍ତମାନ ସମୟରେ ଅଧିକ ପ୍ରସାରିତ ହୋଇଛି। ତେବେ ଢେଙ୍କାନାଳରେ ମଧ୍ୟ ଖୁବ ଶୀଘ୍ର ଏକ ଆୟୁଷ ହସପିଟାଲ ନିର୍ମାଣ କରାଯିବ।”

ଏହି ହସପିଟାଲ ୨୦୨୧ ସୁଦ୍ଧା କାର୍ଯ୍ୟକାରୀ ହେବ। ଏହାସହ ହସ୍ପିଟାଲରେ ୧୦୦ରୁ ଅଧିକ ଆୟୁର୍ବେଦ ଚିକିତ୍ସା, ସ୍ୱତନ୍ତ୍ର ଓପିଡି, ଚର୍ମ ଚିକିତ୍ସା, ନାଡି ପରୀକ୍ଷା ଆଦି ଚିକିତ୍ସା ସୁବିଧା ରହିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

Comment