ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତ୍ୟେକ ଗର୍ଭବତୀ ନାରୀ ଚାହାନ୍ତି ତାଙ୍କ ଶିଶୁର ବିକାଶ ଠିକ୍ ଭାବରେ ହେଉ। ତା’ ମସ୍ତିଷ୍କର ବିକାଶ ଭଲ ଭାବରେ ହେଉ।

ଗର୍ଭାବସ୍ଥାରେ ମହିଳାମାନେ ପୁଷ୍ଟିକର ଆାହାର ନେବା ଅତ୍ୟନ୍ତ ଜରୁରୀ ହୋଇଥାଏ। କାରଣ ଗର୍ଭବତୀ ମା’ ଗ୍ରହଣ କରୁଥିବା ଖାଦ୍ୟର ସିଧା ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ।

ଗର୍ଭାବସ୍ଥାରେ ମହିଳାଙ୍କୁ ଡାଳିମ୍ବ ରସ ପିଇବା ପାଇଁ ଡାକ୍ତରମାନେ ମା’ମାନଙ୍କୁ ପରାମର୍ଶ ଦେଇଥା’ନ୍ତି।

ରିସର୍ଚ ଅନୁଯାୟୀ, ପ୍ରିକ୍ଲେମ୍ ସିଆ, ପ୍ରିଟର୍ମ ବର୍ଥ ଏବଂ ଶିଶୁ ବିକାଶରେ ଆସୁଥିବା ବାଧାବିଘ୍ନକୁ ଦୂର କରେ ଡାଳିମ୍ବ ରସ।

ଡାଳିମ୍ବ ରସରେ ପଲିଫେନୋଲିକ୍ ଆଣ୍ଟିଅକ୍ସିଡାଣ୍ଟ ମାତ୍ରା ପ୍ରଚୁର ପରିମାଣରେ ରହିଛି, ଯାହା କମ୍ପାଉଣ୍ଡ୍ ସେଲ୍‌କୁ ସୁରକ୍ଷା ଦିଏ। ମାନସିକ ଚାପକୁ କମ୍ କରେ।

ଡାଳିମ୍ବ ରସ ଶିଶୁର ମାନସିକ ବିକାଶ ପ୍ରକିୟାକୁ ଠିକ୍ ରଖେ।

ଗୋଟେ ଡାଳିମ୍ବରେ ୧୪୪ କ୍ୟାଲୋରି, ୩ଗ୍ରାମ୍ ପ୍ରୋଟିନ୍, ଭିଟାମିନ୍ ସି, ପୋଟାସିୟମ୍ ୧୨ ପ୍ରତିଶତ ରହିଛି।

ଗର୍ଭାବସ୍ଥା ସମୟରେ ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ।

ପ୍ରସବ ପରେ ମହିଳାମାନଙ୍କ ପାଖରେ ଆଇରନ୍ ଏବଂ ହିମୋଗ୍ଲୋବିନ୍‌ର ଅଭାବ ଦେଖା ଦେଇଥାଏ। ଏଥିପାଇଁ ଡାଳିମ୍ବ ବେଶ୍ ଉପଯୋଗୀ। ପ୍ରତିଦିନ ଗୋଟିଏ ଲେଖାଏଁ ଡାଳିମ୍ବ ଖାଇଲେ, ଆଇରନ୍ ଓ ହିମୋଗ୍ଲୋବିନ୍ ମାତ୍ରା ଶରୀରରେ ଠିକ୍ ରହିବା ସହ ମାକ୍ଷକୁ ହାଲିଆ ଲାଗି ନଥାଏ।

Comment