ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ରେ ଏବେ ଚାଲିଛି ବାୟୋପିକ୍ ଟ୍ରେଣ୍ଡ୍। ଗୋଟିଏ ପରେ ଗୋଟିଏ ବଲିଉଡ ବାୟୋପିକ ରିଲିଜ ହେଉଛି। ଅକ୍ଟୋବର୍ ୨୫ରେ ରିଲିଜ୍ ହେବାକୁ ଥିବା “ଷାଣ୍ଢ୍ କି ଆଖଁ” ମଧ୍ୟ ଏକ ବାୟୋପିକ। ଏହି ଫିଲ୍ମରେ ଉତ୍ତର ପ୍ରଦେଶର ଦୁଇ ଜଣ ସାହାସୀ ବନ୍ଧୁକଧାରୀ ମହିଳା ଚନ୍ଦ୍ରୋ ତୋମର୍ ଆଉ ପ୍ରକାଶୀ ତୋମରଙ୍କ ବାସ୍ତବ ଜୀବନ ପ୍ରତିଫଳିତ ହୋଇଛି। ଦିପାବଳୀରେ ପ୍ରେକ୍ଷାଳୟକୁ ଆସିବ ଫିଲ୍ମଟି। ଏଥିରେ ଚନ୍ଦ୍ରୋ ତୋମର୍ ଆଉ ପ୍ରକାଶୀ ତୋମର୍ ଙ୍କ ଭୂମିକା ନିର୍ବାହ କରିବେ ଅଭିନେତ୍ରୀ ଭୂମି ପଡ୍ନେକର୍ ଆଉ ତାପସୀ ପନ୍ନୁ।

ବାଗପତର ଜୋହରି ଗାଁରେ ରହୁଥିବା ଚନ୍ଦ୍ରୋ ତୋମର୍ ଆଉ ପ୍ରକାଶୀ ତୋମର୍ “ସୁଟର୍ ଦାଦୀ” ନାଁରେ ପରିଚିତ।୬୦ ବର୍ଷ ବୟସରେ ବନ୍ଧୁକଚଳାନା ଶିଖିବା ପାଇଁ ରାଇଫଲ୍ କ୍ଲବରେ ନାମ ଲେଖାଇଥିଲେ ଦୁହେଁ। ଆଉ ଏବେ ଏହା ତାଙ୍କୁ ଖୁବ୍ ଲୋକପ୍ରିୟ କରିଛି ଚାରିଆଡ଼େ। ବହୁ ପ୍ରଶଂସା ଆଉ ଟ୍ରଫି ବି ପାଇଛନ୍ତି ଦୁହେଁ

୨୦୦୦ ମସିହାରେ ପ୍ରକାଶି ତୋମରଙ୍କୁ ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରାଯାଇଥିଲା।

୪ଟା ରାତିରୁ ଦିନ ଆରମ୍ଭ ହୁଏ ଚନ୍ଦ୍ରୋ ତୋମର୍ ଆଉ ପ୍ରକାଶି ତୋମର୍ ଙ୍କର। ସକାଳୁ ଉଠି ଯାଆନ୍ତି ବନ୍ଧୁକଚାଳନା ଅଭ୍ୟାସ କରିବା ପାଇଁ। ନୂଆ ନୂଆ ଶିକ୍ଷା ଆରମ୍ଭ କରିବା ବେଳେ ସକାଳୁ ଉଠି ପାଣି ଢ଼ାଳଟିଏ ନେଇ ଅଭ୍ୟାସ ପାଇଁ କ୍ଷେତକୁ ଯାଉଥିଲେ। ବର୍ତ୍ତମାନ ସେ ବନ୍ଧୁକଚାଳନାରେ ଧୁରନ୍ଧର।

୧୯୯୯ ମସିହାରେ ଚନ୍ଦ୍ରୋ ବନ୍ଧୁକଚାଳନା ଶିକ୍ଷା ଆରମ୍ଭ କରିଥିଲେ। ଚନ୍ଦ୍ରୋଙ୍କ ନାତୁଣୀ ସେଫାଲି ପ୍ରଥମେ ରାଇଫଲ୍ କ୍ଲବରେ ନାମ ଲେଖାଇଥିଲେ। ସେଫାଲୀଙ୍କ ସହିତ ଚନ୍ଦ୍ରୋ ଯାଉଥିଲେ ସବୁଦିନ। ଦିନେ ସେଫାଲିଙ୍କୁ ବନ୍ଧୁକରେ ଗୋଳି ପୁରାଇବାକୁ ହାତ ଥରିଲା। ସେତେବେଳେ ଚନ୍ଦ୍ରୋ ନାତୁଣୀ ହାତରୁ ବନ୍ଧୁକ ନେଇ ଗୋଳି ପୁରାଇ ୧୦ଟି ଲକ୍ଷ୍ୟରେ ଗନ୍ ସୁଟ୍ କରିଥିଲେ। ଏହି ଲକ୍ଷ୍ୟ ଭେଦକୁ “ବୁଲ୍ସ୍ ଆଇ” ବା “ଷାଣ୍ଡ କି ଆଖ୍” କୁହାଯାଏ।  ଏହା ଦେଖି ସେଠାକାର କୋଚ୍ ଚନ୍ଦ୍ରୋଙ୍କୁ ବନ୍ଧୁକଚାଳନା ଶିଖିବାକୁ ବାଧ୍ୟ କରିଥିଲେ। ଘରର ଲୋକ ଅରାଜି ହେବା ସତ୍ତ୍ୱେ ବନ୍ଧୁକଚାଳନା ପ୍ରଶିକ୍ଷଣ ଆରମ୍ଭ କରିଥିଲେ ସେ।

ଚନ୍ଦ୍ରୋ ରାଇଫଲ୍ କ୍ଲବରେ ଦାଖଲ ହେବା ୨ ସପ୍ତାହ ପରେ ତାଙ୍କ  ସମ୍ପର୍କୀୟା ପ୍ରକାଶୀ ତୋମର୍ କ୍ଲବରେ ନାମ ଲେଖାଥିଲେ।   ପ୍ରଥମେ ଏହି ଗାଁ ଜୋହରି ଅଟା ଚକି ପାଇଁ ପ୍ରସିଦ୍ଧ ଥିଲା। ବର୍ତ୍ତମାନ ସୁଟର୍ ଦାଦୀଙ୍କ ନାଁରେ ଗାଁ ପରିଚୟ ପାଉଛି।

Comment