ଓଡ଼ିଶାଲାଇଭ ବ୍ୟୁରୋ

ସୋସିଆଲ ମିଡିଆରେ ଅପବ୍ୟବହାରକୁ ରୋକିବାକୁ ଆସିବ ଗାଇଡଲାଇନ। ଏନେଇ କେନ୍ଦ୍ରସରକାରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ୩ ସପ୍ତାହ ମଧ୍ୟରେ ଏହି ଗାଇଡଲାଇନ ପ୍ରସ୍ତୁତ କରିବାକୁ କେନ୍ଦ୍ରସରକାରଙ୍କୁ କୁହାଯାଇଛି।

ସୋସିଆଲ ମିଡିଆର ଅପବ୍ୟବହାରକୁ ରୋକିବାକୁ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ସୋସିଆଲ ମିଡିଆରେ ଗାଇଡଲାଇନ ନିହାତି ଆବଶ୍ୟକ। ଏଥିରେ ଯେପରି ଅନଲାଇନ ଅପରାଧୀ ଓ ଗୁଜବ ମେସେଜକାରୀଙ୍କୁ ଟ୍ରାକ କରି ଧରି ହେବ। ଏଦିଗରେ କେନ୍ଦ୍ରସରକାର ଯଥା ଶୀଘ୍ର ପଦକ୍ଷେପ ନେବା ଆବଶ୍ୟକ ବୋଲି ସୁପ୍ରିମ କୋର୍ଟ କହିଛନ୍ତି।

ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ନେତୃତ୍ଵରେ ଏକ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଥିଲେ। ତେବେ ଏନେଇ କେନ୍ଦ୍ରସରକାରଙ୍କୁ ୩ ସପ୍ତାହର ସମୟ ଦିଆଯାଇଛି।

Comment