ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍ ଅଭିନେତା ଅମିର ଖାନ୍ “ଲାଲ୍ ସିଂ ଚଢା” ଫିଲ୍ମ ପ୍ରୋଜେକ୍ଟରେ ଏବେ ବ୍ୟସ୍ତ। ଫିଲ୍ମ ସୁଟିଂ ଆରମ୍ଭ କରିବା ପୂର୍ବରୁ ସେହି ବିଷୟରେ ସମସ୍ତ ତଥ୍ୟ ଯୋଗାଡ଼ କରିବା ଅମିରଙ୍କ ଅଭ୍ୟାସ। ଏମିତିକି କାହାଣୀକୁ ରିଏଲ୍ ଲୁକ୍ ଦେବା ପାଇଁ ଘଟଣାସ୍ଥଳକୁ ଯାଇ ସୁଟିଂ ସେଟ୍ ସେ ନିଜେ ଠିକ୍‌ କରନ୍ତି।

“ଲାଲ୍ ସିଂ ଚଢା”ରେ ବି କୌଣସି ଫେକ୍ ଲୋକେସେନ୍ ସେଟ୍ ବ୍ୟବହାର କରାଯାଇନାହିଁ। ଫିଲ୍ମର ଚାହିଦା ଅନୁଯାୟୀ ଅଲଗା ଅଲଗା ୧୦୦ଟି ଲୋକେସନ୍ ଏଥିପାଇଁ ବଛାଯାଇଛି।

ଫିଲ୍ମରେ ମୁମ୍ବାଇ, ଦିଲ୍ଲୀ, କଲିକତା, ଗୁଜୁରାଟ, ବାଙ୍ଗଲୋର, ହାଇଦ୍ରାବାଦ ଭଳି ସମୁଦାୟ ୧୦୦ଟି ଜାଗାରେ ହେବ। ଏପରି ନୂଆ ନୂଆ ଜାଗା ଯେଉଁଠିକୁ ପୂର୍ବରୁ କେବେ ବି ଅମୀର୍ ଯାଇନାହାନ୍ତି।

ଏହାବ୍ୟତୀତ ଭୂମିକାର ଚାହିଦା ଅନୁଯାୟୀ ଶାରିରୀକ ଭାବେ ବି ସେ ନିଜକୁ ପ୍ରସ୍ତୁତ କରନ୍ତି। “ଲାଲ୍ ସିଂ ଚଢା” ପାଇଁ ଆମିର୍ ୨୦ କିଲୋ ଓଜନ ହ୍ରାସ କରିଥିବା ଜଣାପଡ଼ିଛି।

“ଲାଲ୍ ସିଂ ଚଢା” ୧୯୯୪ରେ ରିଲିଜ ହୋଇଥିବା ଏକ ଇରାଂଜୀ ଚଳଚ୍ଚିତ୍ର “ଫରେଷ୍ଟ୍ ଗମ୍ପ୍” ର ରିମେକ୍। ଅଦ୍ୱେତ୍ ଚନ୍ଦନ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ।

Comment