ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ଅମୀର ଖାନ ନିକଟରେ ତାଙ୍କର ଆଗାମୀ ଫିଲ୍ମ ‘ଲାଲ ସିଂ ଚଢ଼ା’ର ସୁଟିଂ ପାଇଁ ତୁର୍କୀ ଯାତ୍ରା କରିଛନ୍ତି। ଏଠାରେ ସେ ଫିଲ୍ମର ପରବର୍ତ୍ତୀ ସୁଟିଂ କରିବେ। କିନ୍ତୁ ସୁଟିଂ ଆରମ୍ଭ କରିବା ପୂର୍ବରୁ ବିବାଦ ଘେର ଫସିଯାଇଛନ୍ତି ଅମୀର। ସୋସିଆଲ ମିଡିଆଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସମାଲୋଚନା କରୁଛନ୍ତି। ତେବେ କାହିଁକି ଅମୀରଙ୍କୁ ନେଇ ବିବାଦ ଦେଖାଯାଇଛି ଆସନ୍ତୁ ଜାଣିବା।

ଅଗଷ୍ଟ ୧୫ ରାତିରେ ତୁର୍କୀର ପ୍ରଥମ ମହିଳା ଅର୍ଥାତ୍ ରାଷ୍ଟ୍ରପତି ରିସେପ୍ ତାଇପ ଏରଦୋଗାନଙ୍କ ପତ୍ନୀ ଇମିନ୍ ଏରଦୋଗାନ ଟ୍ୱିଟରରେ ଅନେକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ସେ ଅଭିନେତା ଅମୀର ଖାନଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଏହି ଟୁଇଟ୍ ପରେ ଆମୀର ଭାରତର ଅନେକ ଲୋକଙ୍କ ଟାର୍ଗେଟକୁ ଆସିଥିଲେ।BGU

ଏହାର ସବୁଠାରୁ ବଡ କାରଣ ହେଉଛି ପାକିସ୍ତାନ ସହ ତୁର୍କୀର ସମ୍ପର୍କ। ଭାରତ-ପାକିସ୍ତାନ ପ୍ରସଙ୍ଗରେ ତୁର୍କୀ ସବୁବେଳେ ପାକିସ୍ତାନକୁ ସମର୍ଥନ କରେ। ଯେତେବେଳେ ଭାରତ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇଲା, ତୁର୍କୀ ପାକିସ୍ତାନ ସହିତ ଭାରତକୁ ବିରୋଧ କରିଥିଲା। ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ମଧ୍ୟ ଭାରତ ବିରୋଧରେ ସର୍ବଦା ବୟାନ ଦେବା ପାଇଁ ଜଣାଶୁଣା।  ତେଣୁ ଅମୀର କିଭଳି ଜଣେ ଭାରତ ବିରୋଧୀ ଦେଶର ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଭେଟିଲେ ସେ ନେଇ ବିବାଦ ମୁଣ୍ଡ ଟେକିଛି।

Comment