ଓଡ଼ିଶାଲାଇଭ ବ୍ୟୁରୋ

ରାଷ୍ଟ୍ରପତିଙ୍କ ଗସ୍ତରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି। ଶନିବାର ପରିବର୍ତ୍ତେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ କାଲି ବ୍ରହ୍ମପୁର ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ମଧ୍ୟ ବ୍ରହ୍ମପୁର ଗସ୍ତରେ ଯିବେ। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।

ପୂର୍ବରୁ ରାଷ୍ଟ୍ରପତି ସନ୍ଧ୍ୟା ୭ଟା ୩୦ରେ ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିବା ସହ ରାଜଭବନରେ ରାତ୍ରୀଯାପନ କରିବାର ବ୍ୟବସ୍ଥା ହୋଇଥିଲା। ହେଲେ ଆସନ୍ତା କାଲି ରାଷ୍ଟ୍ରପତି ପହଞ୍ଚି ବ୍ରହ୍ମପୁର ଯିବେ ବୋଲି ଜଣାପଡ଼ିଛି।

ବ୍ରହ୍ମପୁରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୋଲିସ ଡିଆଇଜିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

Comment