ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ୧୧ଟି ଜିଲ୍ଲାରେ ଗୁରୁବାର ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ବାଲେଶ୍ଵର, ଯାଜପୁର, ପୁରୀ, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର, କଟକ, ମୟୂରଭଞ୍ଜ ଏବଂ ଭଦ୍ରକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ସହ ଘଡ଼ଘଡ଼ି ଓ ବଜ୍ରପାତ ମାରିବାର ସମ୍ଭାବନା ରହିଛି।

ଅନ୍ୟପଟେ ଲଗାତାର ବର୍ଷା ଲାଗି ରହିଥିବାରୁ ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ୠଷିକୁଲ୍ୟା, ବଂଶଧାରାରେ ନଦୀର ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦ ଜଳସ୍ତର ବୁଧବାର ସନ୍ଧ୍ୟା ସୁଦ୍ଧା ୬୨୯.୯୭ ଫୁଟ୍‌ ରହିଥିଲା।

Comment