ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସନ୍ଧ୍ୟା ୫ଟାରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ବାହାରିବେ। ସନ୍ଧ୍ୟା ୭ଟା ୩୦ରେ ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିବେ।

ଏହାପରେ ରାଜଭବନରେ ରାତ୍ରିଯାପନ କରିବା ପରେ ୨୮ ତାରିଖ ଦିନ ସକାଳ ୬ଟା ୩୦ରୁ ବାହାରି ରଙ୍ଗେଇଲୁଣ୍ଡା ବିମାନବନ୍ଦରରେ ୭ଟା ୪୫ରେ ପହଞ୍ଚିବେ। ଏଥିପାଇଁ ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି।

୮ଟା ୩୫ରୁ ପ୍ରାୟ ୧ ଘଣ୍ଟା ଧରି ଗୋଳାବନ୍ଧ ଆର୍ମି ଏଡି କଲେଜ ରହିବେ କୋବିନ୍ଦ। ଏହି କାର୍ଯ୍ୟକ୍ରମରେ ପୋଲିସ ଡିଆଇଜିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

୧୦ଟା ୫୫ ମିନିଟରେ ରଙ୍ଗେଇଲୁଣ୍ଡାରୁ ବାହାରି ଭୁବନେଶ୍ୱରରେ ପହଞ୍ଚିବେ। ମଧ୍ୟାହ୍ନ ଭୋଜନ ପରେ ରାଷ୍ଟ୍ରପତି ରାଞ୍ଚି ଅଭିମୁଖେ ଯିବେ।

Comment