ଓଡ଼ିଶାଲାଇଭ୍ ବ୍ୟୁରୋ

ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଦୁଇ ଭାଇ ଜଗା କାଳିଆଙ୍କ ମଧ୍ୟରୁ କାଳିଆ ଅସୁସ୍ଥ ହୋଇପଡ଼ିଛି। ଶୁକ୍ରବାର ଏନେଇ ଏସସିବି ମେଡିକାଲର ସୁପରିଟେଡେଣ୍ଟ ସିବିକେ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବର୍ତ୍ତମାନ କାଳିଆ ଛାତିରେ ସଂକ୍ରମଣ କାରଣରୁ ଯନ୍ତ୍ରଣା ଅନୁଭବ କରୁଛି। ସେହି କାରଣରୁ ତାକୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି ବୋଲି ମେଡିକାଲର ସୁପରିଟେଡେଣ୍ଟ ସୂଚନା ଦେଇଛନ୍ତି।

ସେପ୍ଟେମ୍ବର ୭ରେ ଦୁଇଭାଇ ଜଗା କାଳିଆ ଦିଲ୍ଲୀ ଏମସରୁ ଚିକିତ୍ସିତ ହୋଇ ଓଡ଼ିଶା ଫେରିଥିଲେ। ଦିଲ୍ଲୀ ଏମ୍‌ସରୁ ଫେରିବା ପରେ ରାଜ୍ୟ ସରକାର ତାଙ୍କର ଚିକିତ୍ସା କରିବା ପାଇଁ କଟକ ଏସସିବି ମେଡିକାଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ। ଦୁଇଭାଇଙ୍କ ସ୍ୱାସ୍ଥ୍ୟର ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ବିଭାଗର ସ୍ପେସିଆଲିଷ୍ଟ ଡାକ୍ତରଙ୍କ ସହ ଛଅଜଣିଆ ଟିମ୍ ଗଠନ ହୋଇଥିଲା।

କନ୍ଧମାଳ ମଳିପଡ଼ା ଗାଁର ଏହି ଦୁଇ ଶିଶୁଙ୍କ ମୁଣ୍ଡ ଜନ୍ମରୁ ଯୋଡ଼ି ହୋଇ ରହିଥିଲା। ତେଣୁ ତାଙ୍କୁ ଦିଲ୍ଲୀ ଏମସ ହସ୍ପିଟାଲକୁ ନିଆଯାଇ ଗତ ୨୦୧୭ମସିହାରେ ଅପରେସନ୍ ମାଧ୍ୟମରେ ମୁଣ୍ଡ ଦୁଇକୁ ଅଲଗା କରାଯାଇଥିଲା। ଦୀର୍ଘ ୨୧ଘଣ୍ଟାର ଅପରେସନ୍ ପରେ ଡ଼ାକ୍ତରମାନଙ୍କର ଏକ ଟିମ୍ ଶିଶୁ ଦୁଇଜଣଙ୍କ ମୁଣ୍ଡକୁ ଅଲଗା କରିବାରେ ସକ୍ଷମ ହୋଇଥିଲା।

Comment