ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଖିଲାଡି ଷ୍ଟାର ଅକ୍ଷୟ କୁମାର ନିଜ ଟୁଇଟରରେ ଫିଲ୍ମ ‘ହାଉସଫୁଲ୍-୪’ର ପୋଷ୍ଟର ରିଲିଜ କରିବା ପରେ ଫିଲ୍ମର ଟ୍ରେଲର ଦେଖିବାକୁ ସମସ୍ତେ ଆଗ୍ରହୀ ହୋଇପଡ଼ିଛନ୍ତି। ଶୁକ୍ରବାର ଫିଲ୍ମ ‘ହାଉସଫୁଲ୍-୪’ର ଟ୍ରେଲର ରିଲିଜ୍ ହୋଇଛି।

ଫିଲ୍ମରେ ଦର୍ଶକ ଦୁଇ ପିଢ଼ିଙ୍କୁ ଦେଖିବାକୁ ପାଇବେ। ଫିଲ୍ମରେ ହିରୋ ଓ ହିରୋଇନ୍ ସମସ୍ତେ ୬୦୦ବର୍ଷ ପୂର୍ବେ ଜନ୍ମ ହୋଇଥିବା ଦେଖିବାକୁ ମିଳିଛି। ଯେଉଁ କଥାକୁ କେବଳ ଅକ୍ଷୟ କୁମାର ଜାଣିପାରୁଛନ୍ତି, ଯିଏକି ଫିଲ୍ମରେ ବାଲା ଚରିତ୍ରରେ ନଜର ଆସିବେ।

ଏହାପରେ ସେ ବର୍ତ୍ତମାନ ସମୟରେ ସେହି କଥାକୁ ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ତାଙ୍କ କଥାକୁ କେହି ବୁଝିପାରୁ ନାହାନ୍ତି। ଯାହାଫଳରେ ଫିଲ୍ମରେ ଗୋଟିଏ ପ୍ରକାର ଭୁଲଭୁଲୈୟା ଦେଖିବାକୁ ମିଳୁଛି।

ଫିଲ୍ମରେ ଦର୍ଶକଙ୍କୁ ମନୋରଞ୍ଜନ କଲାଭଳି ଭରପୂର କମେଡି ଦେଖିବାକୁ ମିଳିବ। ଯାହା ଫିଲ୍ମର ଟ୍ରେଲରରୁ ହିଁ ଜଣାପଡ଼ିଯାଉଛି। ସିନେମା ହଲରେ ଦର୍ଶକ ହସି ହସି ବେଦମ ହେବା ଭଳି କମେଡି ଏହି ଫିଲ୍ମରେ ସ୍ଥାନ ପାଇଛି।

ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ରାଜକୁମାର ବାଲା ଚରିତ୍ରରେ ନଜର ଆସୁଛନ୍ତି ଏବଂ ତାଙ୍କ ବିପକ୍ଷରେ ନାୟିକା ହୋଇଛନ୍ତି କ୍ରିତି ସାନନ୍। ସେହିପରି ଆଉ ଏକ ଚରିତ୍ରରେ ଦର୍ଶକ ଅଭିନେତା ରିତେଶ ଦେଶମୁଖଙ୍କୁ ନର୍ତ୍ତକୀ ‘ବାଙ୍ଗଡୁ ମହାରାଜ’ ରୂପରେ ଦେଖିବାକୁ ପାଇବେ। ଫିଲ୍ମରେ ତାଙ୍କ ସହ ନାୟିକା ଭାବରେ ନଜର ଆସିବେ ଅଭିନେତ୍ରୀ ପୂଜା ହେଗଡ଼େ।

 

ସେହିପରି ଫିଲ୍ମରେ ୬୦୦ବର୍ଷ ପୂର୍ବେ ଅଙ୍ଗରକ୍ଷକ ଧର୍ମପୁତ୍ର ହୋଇଥିବା ବବି ଦେଓଲଙ୍କ ସହ ନାୟିକା ହୋଇଛନ୍ତି କ୍ରିତି ଖରବନ୍ଦା। ଏହାସହ ଫିଲ୍ମରେ ଦର୍ଶକ ଅଭିନେତା ନୱାଜଉଦ୍ଦିନ୍‌ ସିଦ୍ଦିକିଙ୍କୁ ମଧ୍ୟ ଦେଖିବାକୁ ପାଇବେ। ତାଙ୍କ ସହ କମେଡିଆନ୍ ଜନି ଲିଭର୍ ମଧ୍ୟ ଫିଲ୍ମରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିବେ।

ଫିଲ୍ମଟିକୁ ସାଜିଦ୍ ନାଡ଼ିୟାବାଲା ପ୍ରଯୋଜନା କରୁଥିବା ବେଳେ, ଏହାର ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ୍ ସାମଜୀ। ଫିଲ୍ମଟି ଅକ୍ଟୋବର ୨୫ରେ ମୁକ୍ତିଲାଭ କରିବ।

Comment