ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ଭାରତ ସରକାର ସୀମା ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ଏହାକୁ ନଜରରେ ରଖି ଦୁନିଆର ସବୁଠାରୁ ଶକ୍ତିଶାଳୀ ଲଢ଼ୁଆ ବିମାନକୁ ସୀମାରେ ନିଯୁକ୍ତ କରିବାପାଇଁ ବାୟୁସେନା ନିଷ୍ପତି ନେଇଛି।

ଅରୁଣାଚଳ ପ୍ରଦେଶକୁ ନେଇ ଚୀନର ଆକ୍ରମକ ମନୋଭାବ ଯୋଗୁଁ ପାକିସ୍ତାନ ପୂର୍ବରୁ ଭାରତ ଚୀନ ସୀମା ସୁରକ୍ଷାକୁ ବେଶୀ ଗୁରୁତ୍ୱ ଦେଇଛି। ସେଥିପାଇଁ ପ୍ରଥମେ ଚୀନ ସୀମାରେ ଲଢ଼ୁଆ ବିମାନ ରାଫେଲକୁ ନିୟୋଜିତ କରାଯିବ। rafale ସିଲଙ୍ଗର ସେନା ମୁଖପାତ୍ରଙ୍କ କହିବା ଅନୁସାରେ ଯେତେ ଶୀଘ୍ର ସମ୍ଭବ ରାଫେଲଗୁଡ଼ିକୁ ନିଯୁକ୍ତ କରାଯିବ। ବିମାନଗୁଡ଼ିକର ଅବତରଣ ପାଇଁ ଆଠଗୋଟି ଲ୍ୟାଣ୍ଡିଂ ଗ୍ରାଉଣ୍ଡ୍ ପ୍ରସ୍ତୁତ କରାଯାଉଛି ଏବଂ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯାୟରେ ପହଞ୍ଚି ସାରିଲାଣି।

ଫ୍ରାନ୍ସରୁ ଆସିବାକୁ ଥିବା ଏହି ଲଢ଼ୁଆ ବିମାନ ଅକ୍ଟୋବର ୮, ବିଜୟାଦଶମୀ ଦିନ ଭାରତୀୟ ସେନାରେ ସାମିଲ୍ କରାଯିବ।

ଲଢ଼ୁଆ ବିମାନ ରାଫେଲର ବିଶେଷତ୍ୱ :

  • ଏହା ଉଭୟ ଆକାଶମାର୍ଗ ଓ ସ୍ଥଳଭାଗରେ ଆକ୍ରମକ ଭାବରେ ଯୁଦ୍ଧ କରିବା ପାଇଁ ସକ୍ଷମ।
  • ପରମାଣୁ ବୋମା ନିକ୍ଷେପ ପାଇଁ ମଧ୍ୟ ଏହାକୁ ପ୍ରସ୍ତୁତ କରଯାଇଛି।
  • ୧ ମିନିଟ୍ ରେ ୨୫୦୦ ରାଉଣ୍ଡ ଗୁଳିଚାଳନାର କ୍ଷମତା ରହିଛି।
  •  ଏଥିରେ ଅତିକମ୍ ସମୟରେ ଶତ୍ରୁ ସୀମାକୁ ଯାଇ ଯୁଦ୍ଧ କରି ପୁଣି ଫେରିବାର ସାମର୍ଥ୍ୟ ରହିଛି।
  • ଏହା କମ୍ କିମ୍ବା ବେଶୀ ଉଚ୍ଚତାରେ ମଧ୍ୟ ଯୁଦ୍ଧ କରିପାରେ।

Comment