ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଓ୍ଵେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ ଦଳ। ଏନେଇ ବିସିସିଆଇ ସୂଚନା ଦେଇଛି। ଆସନ୍ତା ନଭେମ୍ବର ମାସ ପହିଲାରୁ ଆରମ୍ଭ ହେବାକୁ ଥିବା ଏହି ସିରିଜରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଘରୋଇ ୱେଷ୍ଟଇଣ୍ଡିଜ୍ ମହିଳା ଟିମ୍ ବିପକ୍ଷରେ ଦିନିକିଆ ଓ ଟି-୨୦ ମ୍ୟାଚ ଖେଳିବ।

ଏହି ସିରିଜ୍ ଆସନ୍ତା ନଭେମ୍ବର ପହିଲାରୁ ଆରମ୍ଭ ହୋଇ ନଭେମ୍ବର ମାସ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭଭୟ ଦଳ ମଧ୍ୟରୁ ତିନୋଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ଖେଳାଯିବ।

ଗତମାସରେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇଥିବା ମିଥାଲି ରାଜ ଦିନିକିଆ ମ୍ୟାଚରେ ଦଳର ନେତୃତ୍ୱ ନେବେ। ଅନ୍ୟପଟେ ଟି-୨୦ରେ ଭାରତର ନେତୃତ୍ୱ ନେଉଛନ୍ତି ହରମନପ୍ରୀତ୍ କୌର।

ଦିନିକିଆ ଭାରତୀୟ ମହିଳା ଦଳ:

ମିଥାଲି ରାଜ (ଅଧିନାୟକ), ହରମନପ୍ରୀତ କୌର(ଉପ-ଅଧିନାୟକ), ସ୍ମିତି ମାନ୍ଧାନା, ଜେମିମାହ ରୋଡ୍ରିଗ୍ସ, ଦିପ୍ତି ଶର୍ମା, ପୁନମ ରାଉତ, ଡି ହେମଲତା, ଝୁଲଣ ଗୋସ୍ୱାମୀ, ଶିଖା ପାଣ୍ଡେ, ମାନସୀ ଜୋଶୀ, ପୁନମ ଯାଦବ, ଏକତା ବିସ୍ତ, ରାଜେଶ୍ୱରୀ ଗାଏକ୍ୱାଡ, ତାନିଆ ଭାଟିଆ(ୱିକେଟ୍ କିପର), ପ୍ରିୟା ପୁନିଆ ଏବଂ ସୁଷମା ବର୍ମା

ଟି-୨୦ ଭାରତୀୟ ମହିଳା ଦଳ:

ହରମନପ୍ରୀତ କୌର(ଅଧିନାୟକ), ସ୍ମିତି ମାନ୍ଧାନା, ଜେମିମାହ ରୋଡ୍ରିଗ୍ସ, ସଫାଳି ବର୍ମା, ହରଲିନ୍ ଦେଓଲ, ଦିପ୍ତି ଶର୍ମା, ତାନିଆ ଭାଟିଆ(ୱିକେଟ୍ କିପର), ପୁନମ ଯାଦବ, ରାଧା ଯାଦବ, ବେଦ କ୍ରିର୍ଷ୍ଣାମୂର୍ତ୍ତି, ଅନୁଜା ପାଟିଲ୍, ଶିଖା ପାଣ୍ଡେ, ପୁଜା ଭସ୍ତ୍ରକାର, ମାନସୀ ଯୋଶୀ ଏବଂ ଅରୁନ୍ଧତୀ ରେଡ୍ଡି।

Comment