ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲି ସ୍ମାର୍ଟଫୋନ୍‌ର ଜମାନା। ସମସ୍ତଙ୍କ ହାତରେ ସ୍ମାଟ ଫୋନ୍‌। ମୋବାଇଲ ପ୍ରତି ପ୍ରତି ବର୍ଗର ଲୋକଙ୍କର ରହିଥାଏ ଦୁର୍ବଳତା। ଲୋକଙ୍କ ଆଗ୍ରହ ଓ ପସନ୍ଦକୁ ଦେଖି ବଜାରକୁ ଆସୁଛି ବିଭିନ୍ନ ମଡେଲର ସ୍ମାର୍ଟଫୋନ୍‌।

ଅନେକ ସମୟରେ ଦେଖାଦେଇଥାଏ ବାପା ମା ଛୋଟ ପିଲାଙ୍କ ହାତରେ ମୋବାଇଲ୍‌ଧରାଇ ଦେଇଥାନ୍ତି। ପିଲାଯଦି କାନ୍ଦୁଛି ଶାନ୍ତ କରିବା ଲାଗି ଫୋନ୍‌, ପିଲା ଯଦି ଖାଉନି ତେବେ ମୋବାଇଲ ଦେଖାଇ ଖୁଆଇବା, ଏପରି କି ଯଦି ବାପା ମା’ଙ୍କ କୌଣସି କାମ ଅଛି ଆଉ ପିଲା ଅଳି କରୁଛି ସେତେବେଳେ ପିଲା ହାତରେ ଫୋନ ଦେଇଥାନ୍ତି ବାପାମା’। କିନ୍ତୁ ପିଲାମାନଙ୍କ ପାଇଁ ଫୋନ୍ ହୋଇ ପାରେ କ୍ଷତିକାରକ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (ଡବ୍ଲୁଏଚ୍‌ଓ)ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, ବର୍ଷକରୁ କମ୍‌ ବୟସର ପିଲାଙ୍କ ପାଇଁ ଇଲେକ୍ଟ୍ରୋନିକ୍‌ ସ୍କ୍ରିନ୍‌ ସମ୍ପର୍ଶରେ ଆସିବାକୁ ଆଦୌ ଦିଆଯିବା ଉଚିତ ନୁହେଁ। ପାଞ୍ଚ ବର୍ଷରୁ କମ୍‌ବୟସର ପିଲାଙ୍କ ପାଇଁ ସ୍କ୍ରିନ୍‌ଦେଖିବାର ସମୟ ଗୋଟିଏ ଦିନରେ ଏକ ଘଣ୍ଟାରୁ ଅଧିକ ହେବା ଉଚିତ ନୁହେଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (ଡବ୍ଲୁଏଚ୍‌ଓ)ନୂଆ ନିର୍ଦ୍ଦେଶାବଳୀରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଛୋଟ ପିଲାମାନେ ଫିଟ୍‌ରହିବା ଏବଂ ସେମାନଙ୍କ ବିକାଶ ଠିକ୍‌ଭାବେ ହେବା ପାଇଁ,  ଖାସ୍‌କରି ଜୀବନର ପ୍ରଥମ ପାଞ୍ଚ ବର୍ଷ ମଧ୍ୟରେ ଏହିକଥା ଉପରେ ଗୁରୁତ୍ୱ ଦିଆଯିବା ଉଚିତ। କାରଣ ଏହି ସମୟରେ ହିଁ ପିଲାଙ୍କର ବିକାଶ ଆଜୀବନ ତା’ର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।

ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ପ୍ରଥମ ଥର ପାଇଁ ପାଞ୍ଚ ବର୍ଷରୁ ସାନ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି। ଯେଉଁଥିରେ କୁହାଯାଇଛି ଯେ ସାରା ବିରେ ପ୍ରାୟ ୪ କୋଟି ପିଲାଙ୍କ ଓଜନ ସାଧାରଣଠାରୁ ଅଧିକ, ଯାହା ମୋଟ ପିଲା ସଂଖ୍ୟାର ପ୍ରାୟ ୬ ପ୍ରତିଶତ । ଏମାନଙ୍କ ମଧ୍ୟରୁ ଅଧା ଏସିଆ ଓ ଆଫ୍ରିକାର ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ପାଞ୍ଚ ବର୍ଷରୁ କମ୍‌ବୟସର ପିଲାଙ୍କୁ ଖୁବ୍‌କମ୍‌ସମୟ ସ୍କ୍ରିନ୍‌ଦେଖିବା ପାଇଁ ଦେବା ଉଚିତ । ପିଲାମାନେ ସୁସ୍ଥ ରହିବା ପାଇଁ ସକ୍ରିୟ ରହିବା ଆବଶ୍ୟକ ଓ ଖେଳକୁଦକୁ ଅଧିକ ସମୟ ଦେବା ଆବଶ୍ୟକ ।

Comment