ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା’’ ଓଡ଼ିଶାର ଲୋକପ୍ରିୟ ସମ୍ବଲପୁରୀ ଗୀତ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିସାରିଛି। କିନ୍ତୁ ଏହି ଲୋକପ୍ରିୟ ଗୀତର ରିମିକ୍ସ ଏବେ ଏମ୍‌ଟିଭି କୋକ୍‌ ଷ୍ଟୁଡିଓରେ ବେଶି ଲୋକପ୍ରିୟ ହୋଇପାରିଛି।

କୋକ୍‌ ଷ୍ଟୁଡିଓର ଅଫିସିଆଲ୍ ୟୁଟ୍ୟୁବ୍ ପେଜରେ ରଙ୍ଗବତୀର ଏହି ରିମିକ୍ସ ଗୀତକୁ ବର୍ତ୍ତମାନ ସୁଦ୍ଧା ୪୪ ମିଲିୟନ୍ ଲୋକ ଦେଖିସାରିଲେଣି। ଯାହାକି ବର୍ତ୍ତମାନ ସୁଦ୍ଧା କୋକ୍‌ ଷ୍ଟୁଡିଓର ସମସ୍ତ ଗୀତ ମଧ୍ୟରୁ ଲୋକପ୍ରିୟ ଗୀତ ହୋଇଯାଇଛି।

ଓଡ଼ିଶାରେ ଜନ୍ମିତ ଗାୟିକା ସୋନା ମହାପାତ୍ର ଓ ଓଡ଼ିଆ ଗାୟକ ୠିତୁରାଜ ମହାନ୍ତି ୨୦୧୫ ମସିହାରେ ରଙ୍ଗବତୀର ଏହି ରିମିକ୍ସ ଗୀତକୁ ଗାଇଥିଲେ। ଏହି ଗୀତର ପ୍ରଯୋଜନା ଭାର ସମ୍ଭାଳିଥିଲେ ସୋନାଙ୍କ ସ୍ୱାମୀ ରାମ ସମ୍ପଥ।

ରଙ୍ଗବତୀ ଗୀତର ରିମିକ୍ସ ଜରିଆରେ ସେ ଏହି ଲୋକପ୍ରିୟ ଗୀତର ପାରମ୍ପରିକତାକୁ ଏବଂ ଓଡ଼ିଶାର ସଂସ୍କୃତିକୁ ନଷ୍ଟ କରିଦେଇଛନ୍ତି ବୋଲି ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ୨୦୧୫ ନଭେମ୍ବର ମାସରେ ଏହି ଗୀତ ପରିବେଷଣ ବିରୁଦ୍ଧରେ ଏତଲା, ମାନହାନି ମକଦ୍ଦମା ଓ ଘନଘନ ଓକିଲ ନୋଟିସ ଆସିଥିଲା। ରଙ୍ଗବତୀ ଗୀତକୁ ରିମିକ୍ସ କରିବା ପାଇଁ ସେ ମୂଳ ସ୍ଵତ୍ବାଧିକାରୀଙ୍କ ଠାରୁ ଅନୁମତି ନେଇ ନଥିଲେ ଓ ଏହାର କିଛି ଅଂଶକୁ ଏପଟ ସେପଟ କରିଥିଲେ ବୋଲି ଅଭିଯୋଗ କରାଯାଇଥିଲା।

ରଙ୍ଗବତୀ ଗୀତ ୭୦ ଦଶକରେ ସମ୍ବଲପୁର ଆକାଶବାଣୀରେ ପ୍ରଥମ ଥର ପାଇଁ ପ୍ରସାରିତ ହୋଇଥିଲା। ମିତ୍ରଭାନୁ ଗଉଁନ୍ତିଆ ଏହି ଗୀତଟିକୁ ରଚନା କରିଥିଲା ବେଳେ ଓ ପ୍ରଭୂଦତ୍ତ ପ୍ରଧାନ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଜିତେନ୍ଦ୍ରୀୟ ହରିପାଲ ଓ କ୍ରିଷ୍ଣା ପଟେଲ ଏଥିରେ କଣ୍ଠଦାନ କରିଥିଲେ।

ସେଥିପାଇଁ ତାଙ୍କୁ ତାଙ୍କୁ ୨୦୧୭ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here