ଓଡ଼ିଶାଲାଇଭ ବ୍ୟୁରୋ

ଦୁଇ ଦିନ ନିଖୋଜ ପରେ ରବିବାର ଜଣେ ଯୁବକଙ୍କ ମୃତଦେହ କୂଅରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ଶକ୍ତି ନଗରର ଅମ୍ଵିକା ପାଢ଼ୀ। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରର ବିଦ୍ୟୁତପୁର କଲୋନୀରେ।

ମୃତକ ଅମ୍ଵିକା ଦୁଇଦିନ ହେବ ନିଖୋଜ ଥିଲେ। ଏନେଇ ପରିବାର ଲୋକ ଖୋଜା ଖୋଜି କରିବା ପରେ ବୈଦନାଥପୁର ଥାନାରେ ଅଭିଯୋଗ କରିଥିଲେ। ହେଲେ ରବିବାର ସକାଳେ ତାଙ୍କ ମୃତଦେହ ବିଦ୍ୟୁତପୁର କୋଲନୀର ଏକ କୂଅରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକ ପୋଲିସରେ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ପରିବାର ଲୋକଙ୍କ କହିବାନୁସାରେ ଅମ୍ଵିକା ପହଁରା ଜାଣିଛି ତେବେ ସେ କୂଅରେ ବୁଡ଼ି ମରିବାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ପରିବାର ଲୋକ।

LEAVE A REPLY

Please enter your comment!
Please enter your name here