ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର ଦିନରେ ମୁହଁରେ ବ୍ରଣ ହେବା ସମସ୍ତଙ୍କ ଗୋଟିଏ ମୁଖ୍ୟ ସମସ୍ୟା ହୋଇ ଠିଆ ହେଲାଣି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବକମାନଙ୍କ ମୁହଁରେ ବ୍ରଣ ହେବା କାରଣରୁ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ମୁଖ୍ୟତଃ ପୁରୁଷମାନଙ୍କ ମୁହଁରେ ଅଧିକ ମାତ୍ରାରେ ବ୍ରଣ ଦେଖାଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ପ୍ରଦୂଷଣ ସହ ଅତ୍ୟଧିକ ଖରା ଏହି ସବୁ ବ୍ରଣର କାରଣ ହୋଇପାରେ। ତେବେ ଯୁବବସ୍ଥାରେ ମଧ୍ୟ ମୁହଁରେ ବ୍ରଣ ହେବା କିଛି ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ।

ଆସନ୍ତୁ ଜାଣିବା ଏମିତି କିଛି ଉପାୟ ସମ୍ବନ୍ଧରେ, ଯାହା ଆପଣ ମୁହଁରୁ ଏହି ବ୍ରଣ ସମସ୍ୟାକୁ ଦୂର କରିପାରିବେ।

ବ୍ରଣକୁ ଦୂର କରିବ ଲେମ୍ବୁରସ, ଲୁଣ ଓ ମହୁର ମିଶ୍ରଣ

ଯଦି ଆପଣ ନିଜର ମୁହଁରୁ ବ୍ରଣ ସମସ୍ୟା ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରଥମେ ଗୋଟିଏ ଲେମ୍ବୁ ଆଣି ଏହାର ରସକୁ ସଂଗ୍ରହ କରିନିଅନ୍ତୁ। ଏହାପରେ ସେହି ଲେମ୍ବୁରସରେ ଅଳ୍ପ ଲୁଣ ଓ ମହୁ ମିଶାଇ ଏହାକୁ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାପରେ ତାକୁ ୧୫ ମିନିଟ ପାଇଁ ଛାଡ଼ିଦିଅନ୍ତୁ। ଏହାପରେ ସେହି ସ୍ଥାନକୁ ଅଳ୍ପ ଗରମ ପାଣିରେ ସଫା କରିଦିଅନ୍ତୁ। ଏହିଭଳି ଆପଣ କିଛି ଦିନ କରିବା ପରେ ଆପଣଙ୍କର ବ୍ରଣ ସମସ୍ୟା ଦୂର ହୋଇଯିବ।

ଟମାଟୋ ରସ ଓ ବେକିଂ ସୋଢ଼ା ମିଶ୍ରଣ ମଧ୍ୟ ବହୁତ ଉପଯୋଗୀ

ଏହାସହ ବ୍ରଣ ଦୂର କରିବା ପାଇଁ ଆପଣ ଆଉ ଏକ ଉପାୟ ଆପଣେଇପାରିବେ। ପ୍ରଥମେ ଦୁଇ ଚାମଚ ଟମାଟୋ ରସ ସହ ଗୋଟିଏ ଚାମଚ ମହୁ ଏବଂ କିଛି ବେକିଂ ସୋଢ଼ା ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାପରେ ସେହି ପେଷ୍ଟକୁ ନିଜର ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ। ୧୦ ମିନିଟ ପରେ ଦହିରେ ମୁହଁକୁ ଅଳ୍ପ ସମୟ ମସାଜ କରିବା ପରେ ଏହାକୁ ଧୋଇଦିଅନ୍ତୁ। ଯାହା ଆପଣଙ୍କୁ ବ୍ରଣର ଉପଚାର କରିବା ପାଇଁ ବହୁତ ସହାୟକ ହେବ।

ହଳଦୀ ଓ ଗୋଲାପଜଳର ପେଷ୍ଟ ଦୂର କରିବ ବ୍ରଣ

ବ୍ରଣକୁ ଦୂର କରିବାପାଇଁ ପ୍ରଥମେ କିଛି ହଳଦୀ ଆଣି ଏଥିରେ ଦହି ଓ ଗୋଲାପଜଳକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ସେହି ପେଷ୍ଟକୁ ନିଜର ବ୍ରଣରେ ଲଗାନ୍ତୁ। ଏହି ଉପାୟକୁ କିଛି ଦିନ ପାଇଁ କଲେ ବ୍ରଣ ସମସ୍ୟାରୁ ମୁକ୍ତି ମିଳିପାରିବ।

Comment