ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁହଁରେ ବ୍ରଣ ହେଉଥିଲେ କେବଳ ଔଷଧ ଖାଇଲେ ଏହି ସମସ୍ୟା ଦୂର ହୋଇନଥାଏ। ଏଥିପାଇଁ ସଠିକ୍ ଡାଏଟ୍ ବି ପାଳନ କରିବା ଜରୁରୀ।

ଶାଗ: ଶରୀରରେ ସୃଷ୍ଟି ହେଉଥିବା ବିଷାକ୍ତ ପଦାର୍ଥ ତଥା ବ୍ୟାକ୍ଟେରିଆ ବାହାରି ନପାରିଲେ ତାହା ଜମି ରହି ବ୍ରଣର ରୂପ ନେଇଥାଏ। ଶାଗ ପରି ସବୁଜ ପନିପରିବାରେ ପ୍ରଚୁର ପରିମାଣର କ୍ଲୋରୋଫିଲ୍ ଥାଏ। ଯାହାକି ରକ୍ତପ୍ରବାହୀ ନଳୀରୁ ବ୍ୟାକ୍ଟେରିଆ ଏବଂ ଦୂଷିତ ପଦାର୍ଥକୁ ବାହାର କରି ଦେଇଥାଏ। ଶାଗରେ ପ୍ରଚୁର ପରିମାଣର ଭିଟାମିନ୍ ଏ ରହିଛି ଯାହାକି ବ୍ରଣ ସମସ୍ୟା ଦୂର କରିବା ଲାଗି ସହାୟକ ହୋଇଥାଏ।

ହଳଦୀ: ହଳଦୀରେ ଥିବା କର୍କ୍ୟୁମିନ୍ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ବ୍ୟାକ୍ଟେରିଆ ଏବଂ ଦୂଷିତ ପଦାର୍ଥ ଦୂର କରିବାରେ ଏହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶୀଘ୍ର ଫଳାଫଳ ପାଇବା ଲାଗି ପ୍ରତିଦିନ ଖଣ୍ଡେ କଞ୍ଚା ହଳଦୀ ନିଶ୍ଚିତ ଭାବେ ଖାଆନ୍ତୁ। ଏହା ପେଟରୁ କୃମି ମଧ୍ୟ ନାଶ କରିଥାଏ।

ଚକୋଲେଟ୍: ଚକୋଲେଟ୍ କେବଳ ପାଟିକୁ ଭଲ ଲାଗେନାହିଁ, ଶରୀର ପାଇଁ ମଧ୍ୟଏହାର ଆବଶ୍ୟକତା ରହିଛି। ଏହା ଏସିଡିଟି ଭଳି ସମସ୍ୟା ଦୂର କରିଥାଏ। ଶରୀରରେ ରକ୍ତ ପ୍ରବାହକୁ ତ୍ୱରାନ୍ୱିତ କରିଥାଏ ଯାହାଦ୍ୱାରା କି ମୁହଁର ଉଜ୍ଜ୍ୱଳତା ବୃଦ୍ଧି ହୋଇଥାଏ ।

ଗାଜର: ସ୍ନାକ୍ସ ପାଇଁ ଗାଜରଠାରୁ ଭଲ ବିକଳ୍ପ କିଛି ନାହିଁ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଏ, ବିଟା କାରୋଟିନ୍ ରହିଛି ଯାହାକି ବ୍ରଣ ସମସ୍ୟାରୁ  ମୁକ୍ତି ଦେଇଥାଏ।

ଟମାଟୋ: ଟମାଟୋରେ ପ୍ରଚୁର ପରିମାଣର ଭିଟାମିନ୍ ସି’ ଭରି ରହିଛି। ଯାହାକି ତ୍ୱଚାକୁ ଉଜ୍ଜ୍ୱଳତା ପ୍ରଦାନ କରିଥାଏ। ଶରୀରରୁ ଦୂଷିତ ପଦାର୍ଥ ବାହାର କରିବାରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

Comment