ଓଡ଼ିଶାଲାଇଭ୍ ବ୍ୟୁରୋ

କେତେକ ପୁରୁଷ ପ୍ରତିଦିନ ସେଭିଂ କରିବାକୁ ପସନ୍ଦ କରିଥା’ନ୍ତି। କିନ୍ତୁ ପ୍ରତିଦିନ ସେଭିଂ କରିବା ଫଳରେ ତ୍ୱଚା ସୁଷ୍କ ଏବଂ ଟାଣ ହୋଇଯାଏ। ରେଜରରେ ସେଭ୍‌ କରିବା ଫଳରେ ବିଭନ୍ନ କଟା ଦାଗ, ତ୍ଵଚା ପୋଡ଼ିବା ଏବଂ ରୁକ୍ଷ ଦେଖାଯିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି। ସେଭିଂ ପରେ କିଛି ପୁରୁଷ ଆପ୍ଟର ସେଭ୍‌ ଜେଲ୍‌ ଲଗାଇଥା’ନ୍ତି। କିନ୍ତୁ ଏଥିରେ ପ୍ରସ୍ତୁତ ଥିବା ଆଲକହଲ ତ୍ଵଚାକୁ ଖରାପ କରିଦିଏ। ସେଭିଂ ପରେ ଯଦି କିଛି ଘରୋଇ ପ୍ରସ୍ତୁତ କ୍ରିମ୍‌ ବା ଘରୋଇ ଉପଚାର ବ୍ୟବହାର କରିବେ, ତେବେ ଆପଣଙ୍କ ତ୍ଵଚା ନମନୀୟ ରହିବ।

ଜାଣନ୍ତୁ, ସେଭିଂ ପରେ କିଛି ଘରୋଇ ଉପାୟରେ ତ୍ଵଚାକୁ ଚିକ୍କଣ ଓ ସୁନ୍ଦର କରିବ।

ଭଣ୍ଡା: ଭଣ୍ଡାରେ ପାପେନ୍‌ ନାମକ ଏନ୍‌ଜାଇମ୍ ଥାଏ। ଯାହା ପୋଡ଼ାଜ୍ଵଳା ଦୂର କରିଥାଏ। ସେଭିଂ ପରେ ପାଚିଲା ଭଣ୍ଡା ମୁହଁରେ ଲଗାଇ ଦିଅନ୍ତୁ। ୧୦ ମିନିଟ୍‌ ପରେ ତ୍ଵଚାକୁ ଧୋଇ ଦିଅନ୍ତୁ।

କାକୁଡ଼ି: କାକୁଡ଼ିରେ ଥିବା ଭିଟାମିନ୍ ସି ପୋଡ଼ାଜଳାକୁ ରୋକି ତ୍ୱଚାକୁ ଥଣ୍ଡା ରଖିଥାଏ। ଫିଜ୍‌ରେ ରଖା ହୋଇଥିବା କାକୁଡ଼ି ବ୍ୟବହାର କଲେ ବେଶି ଫାଇଦା ମିଳିବ।

ଆଳୁ: ଆଳୁ ରସରେ ଫସ୍‌ଫରସ୍‌ ଓ ପୋଟୋସିୟମ୍‌ ଭଳି ମିନେରାଲ ପ୍ରସ୍ତୁତ ଥାଏ। ସେଭିଂ କରିବାର ଠିକ୍‌ ପରେ ଆଳୁ ରସ ତ୍ଵଚାରେ ଲଗାନ୍ତୁ ଏବଂ ୧୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ପୁରୁଷଙ୍କ ତ୍ଵଚା ନରମ ଏବଂ ଚମକଦାର ଦେଖାଯିବ।

ଏଲୋଭେରା: ଏଥିରେ ପ୍ରସ୍ତୁତ ଥିବା ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ତ୍ଵଚାରେ ହୋଇଥିବା ସମସ୍ତ କଟା, ପୋଡ଼ାକୁ ଆରମ ଦିଏ। ସେଭିଂ ପରେ ଏଲୋଭେରା ଜେଲ୍‌କୁ ମୁହଁରେ ମାଲିସ୍‌ କରିବେ। ୧୦ ମିନିଟ୍‌ ପରେ ମୁହଁ ଧୋଇଦେବେ।

Comment