ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିଦିନ ସକାଳୁ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଜରୁରୀ। କାରଣ ଆମ ପେଟ ଲମ୍ବା ସମୟ ଧରି ଭୋକିଲା ରହିଥାଏ। ତେଣୁ ଆମକୁ ନିୟମିତ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବା ଉଚିତ୍। ଜାଣନ୍ତୁ, କେଉଁ ସବୁ ଖାଦ୍ୟ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟଜନିତ ସମସ୍ୟା, ଓଜନ ହ୍ରାସ ଏବଂ କୋଲେଷ୍ଟ୍ରଲ୍‌ ଆଦି ଦୂର ହୋଇଥାଏ।

ଭଣ୍ଡା

ଫାଇବର ଗୁଣରେ ଭରପୂର ଥିବା ଭଣ୍ଡା ଓଜନ କମ୍‌ କରିବାରେ ସହାୟକ ହୋଇଥାଏ। ଓଜନକୁ ନିୟନ୍ତ୍ରଣ କରିବା ସହ ଭଣ୍ଡା ଅଧିକ ଓଜନକୁ କମ୍‌ କରିଥାଏ। ଭଣ୍ଡା ପୂରା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଦିଏ। ନିୟମିତ ଭାବେ ଭଣ୍ଡା ଖାଇବା ଫଳରେ କୋଲେଷ୍ଟ୍ରଲ୍‌ ମଧ୍ୟ କମ୍‌ ହୋଇଥାଏ।

ଏଲୋଭେରା

ପ୍ରାୟ ଲୋକଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ରହିଥାଏ। କିଛି ଲୋକଙ୍କର ପେଟ ସଫା ହୋଇ ନଥାଏ। ଏଭଳି କ୍ଷେତ୍ରରେ ଖାଲି ପେଟରେ ଆଲୋଭେରା ରସ ପିଇବା ଲାଭଦାୟକ ହୋଇଥାଏ। ଏହାସହ ଆଲୋଭେରା ରସକୁ ପାଣି ସହ ପ୍ରତିଦିନ ପିଇଲେ କୋଲେଷ୍ଟ୍ରଲ୍‌ କମ୍‌ ହୋଇଥାଏ।

ଉଷୁମ୍‌ ପାଣିରେ ମହୁ

ସକାଳୁ ଖାଲିପେଟରେ ଉଷୁମ୍‌ ପାଣିରେ ମହୁ ମିଶାଇ ପିଇଲେ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଏହି ପାଣି ଶରୀରକୁ ଭିଟାମିନ୍‌, ମିନେରାଲ୍ସ ଏବଂ ଏନ୍‌ଜାଇମ୍‌ ପ୍ରଦାନ କରିଥାଏ। ଏହା ପେଟକୁ ସଫା ରଖିବା ସହ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

Comment