ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଚିଲା ଭଣ୍ଡା ଭଳି କଞ୍ଚା ଭଣ୍ଡା ସ୍ୱାସ୍ଥ୍ୟ ଲାଗି ବେଶ୍‌ ଲାଭଦାୟକ। ଏଥିରେ ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ଭିଟାମିନ୍‌ ଏ, ସି, ଈ ଓ ବି ଭରି ରହିଥାଏ। ପେଟ ସହ ଜଡ଼ିତ ଥିବା ସମସ୍ତ ସମସ୍ୟା ପାଇଁ ଭଣ୍ଡା ଲାଭଦାୟକ ହୋଇଥାଏ। ଜାଣନ୍ତୁ, କଞ୍ଚା ଭଣ୍ଡା ଖାଇବାର ଫାଇଦା?

ଯଦି ଆପଣ ମଧୁମେହ ଭଳି ସମସ୍ୟାରେ ପୀଡ଼ିତ ଅଛନ୍ତି, ତେବେ କଞ୍ଚା ଭଣ୍ଡା ଖାଇବା ଜରୁରୀ। କଞ୍ଚା ଭଣ୍ଡାର ଜୁସ୍‌ ପିଇବା ଫଳରେ ରକ୍ତ ସର୍କରା ସ୍ତର କମ୍‌ କରାଯାଇପାରେ।

ସ୍ତନପାନ କରାଉଥିବା ମହିଳାମାନଙ୍କୁ ଅଧିକ ପୋଷଣର ଆବଶ୍ୟକତା ଥାଏ। ଏମିତିରେ କଞ୍ଚା ଭଣ୍ଡା ଖାଇବା ଲାଭଦାୟକ ହୋଇଥାଏ। ଏହା କ୍ଷୀର ପ୍ରସ୍ତୁତିରେ ସହାୟକ ହୋଇଥାଏ।

କଞ୍ଚା ଭଣ୍ଡାରେ ଫାଇବର ମାତ୍ରା ଅଧିକ ପରିମାଣର ଥାଏ। ଭଣ୍ଡା ରକ୍ତ ସଫା କରିବା ସହ ତ୍ଵଚାରେ ବ୍ରଣ, କଳାଦାଗ ଭଳି ସମସ୍ୟାକୁ ଦୂର କରିଥାଏ। ଏହା ତ୍ଵଚାରେ ମୃତ କୋଷିକା ହଟାଇ ଉଜ୍ଜଳ କରିଥାଏ।

ପ୍ରତିଦିନ କଞ୍ଚା ଭଣ୍ଡା ବା ପାଚିଲା ଭଣ୍ଡାର ଜୁସ୍‌ କରି ପିଇଲେ ତ୍ଵଚା ସମସ୍ୟା ଦୂର ହୋଇଥାଏ।

କଞ୍ଚା ଭଣ୍ଡାରେ ଫାଇବର ଥିବାରୁ ଏହା ପେଟକୁ ଠିକ୍‌ ରଖିବା ସହ ଖାଦ୍ୟ ହଜମ କରିଥାଏ। ଏହାସହ ପେଟରେ ଗ୍ୟାସ୍‌ ହେବାକୁ ଦେଇନଥାଏ।

ପ୍ରାୟ ମହିଳାମାନଙ୍କୟ କ୍ଷେତ୍ରରେ ମୁତ୍ର ସଂକ୍ରମଣ ଦେଖାଦେଇଥାଏ, ଯାହାକୁ ଦୂର କରିବା ପାଇଁ କଞ୍ଚା ଭଣ୍ଡା ଖାଇବା ଜରୁରୀ।

ପ୍ରତିଦିନ କଞ୍ଚା ଭଣ୍ଡା ଖାଇବା ଫଳରେ ଶରୀରରେ ଭିଟାମିନ୍‌ ଅଭାବ ଦୂର ହୋଇଥାଏ। ଶରୀରକୁ ଉପଯୁକ୍ତ ପୋଷକ ମିଳିଥାଏ।

ଲିଭର ଜନିତ ସମସ୍ୟା ପାଇଁ କଞ୍ଚା ଭଣ୍ଡା ବେଶ୍‌ ଲାଭଦାୟକ। ଏହା ହଜମ ଶକ୍ତି ବୃଦ୍ଧି କରିଥାଏ।

Comment