ଓଡ଼ିଶାଲାଇଭ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ରାଜ୍ୟରେ ଆହୁରି ୨୪ ଘଣ୍ଟା ବର୍ଷା ଲାଗି ରହିବ। ୩୦ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ଆସିବ। ହେଲେ ଏହି ସମୟ ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାର କେତକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, କଟକ ଓ ଢେଙ୍କାନାଳରେ ଆସନ୍ତା ୨୪ ଘଣ୍ଟା ଯାଏଁ ବର୍ଷାର ପରିମାଣ ଅଧିକ ରହିବ । ସେହିପରି ୨୪ ଘଣ୍ଟା ପରେ ମଧ୍ୟ ଆସନ୍ତା ୪ ଦିନ ଯାଏଁ ପାଗ ମେଘୁଆ ରହିବ। ଏପରିକି କିଛି ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

୩ ତାରିଖ ଯାଏଁ କେତକ ସ୍ଥାନରେ ଅଳ୍ପ ବର୍ଷା ହୋଇପାରେ। ହେଲେ ଏହା ଦଶହରାକୁ ପ୍ରଭାବିତ କରିବନାହିଁ ବୋଲି ସୂଚନା ମିଳିଛି।

Comment