ଓଡ଼ିଶାଲାଇଭ ବ୍ୟୁରୋ

ଅକ୍ଟୋବର ୨ ତାରିଖରେ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ। ଏହି ସିରିଜରେ ଭାରତ ଫେଭରିଟ ରହିବ। ହେଲେ ଦକ୍ଷିଣ ଆଫ୍ରିକା ଭଳି ଟିମ୍‌କୁ ଏତେ ସହଜରେ ଭାରତ ନେବାକୁ ଚାହୁଁନି। ଏନେଇ ଏହି ଟେଷ୍ଟ ପାଇଁ ଟିମ୍‌ରେ କିଛି ପରିବର୍ତ୍ତନ କରାଯାଇଛି।

ଦଳ ଓପନିଂ ବିଭାଗ ରୋହିତ ଶର୍ମା ସମ୍ଭାଳୁଥିବା ବେଳେ ମିଡିଲ ଅର୍ଡରରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସେହିପରି ଏହି ସିରିଜରେ କିଛି ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରହିବ।

ରୋହିତ ଶର୍ମା

ଟି-୨୦ ଓ ଦିନିକିଆରେ ଦମଦାର ଫର୍ମରେ ଥିବା ଏହି ଖେଳାଳିଙ୍କୁ ବର୍ତ୍ତମାନ ଆଗାମୀ ଟେଷ୍ଟ ପାଇଁ ଓପନିଂ ଦାୟିତ୍ଵ ଦିଆଯାଉଛି। ଏହି ଟେଷ୍ଟ ସିରିଜରେ ଚେତେଶ୍ଵର ପୂଜାରାଙ୍କ ସହ ରୋହିତ ଓପନିଂ କରିବେ। ପୂର୍ବରୁ ରୋହିତ ମିଡିଲ ଅର୍ଡରରେ ବ୍ୟାଟିଂ ଆସୁଥିଲେ। ହେଲେ ଏଥର ତାଙ୍କୁ ଓପନିଂ କରିବାକୁ ସୁଯୋଗ ଦିଆଯାଇଛି। ତେଣୁ ଏହି ସିରିଜରେ ସେ ଭଲ ପ୍ରଦର୍ଶନ କରି ଟେଷ୍ଟରେ ନିଜ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବେ।

ଉମେଶ ଯାଦବ

ଭାରତର ଷ୍ଟାର ବୋଲର ଯଶପ୍ରିତ ବୁମରା ଆହତ ହେବା ଯୋଗୁଁ ଦଳରେ ରିଜର୍ଭ ବୋଲର ଭାବେ ସ୍ଥାନ ପାଇଛନ୍ତି ଉମେଶ ଯାଦବ। ହେଲେ ଦଳରେ ଇଶାନ୍ତ ଶର୍ମା ଓ ମହମ୍ମଦ ସାମିଙ୍କ ଭଳି ବୋଲର ଥାଉ ଥାଉ ଉମେଶ ଯାଦବଙ୍କୁ ଖେଳାଇବା ଅସମ୍ଭବ ମନେ ହୁଏ। ଯଦି ତାଙ୍କୁ ଏହି ସିରିଜରେ ସୁଯୋଗ ମିଲେ ତେବେ ସେ ଭଲ ପ୍ରଦର୍ଶନ କରି ଦଳରେ ସ୍ଥାନ ପକ୍କା କରିବାକୁ ଚାହିଁବେ।

ହନୁମା ବିହାରୀ

ଗତବର୍ଷ ଇଂଲଣ୍ଡ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ ହନୁମା ବିହାରୀ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭାରତ ପାଇଁ ୬ଟି ଟେଷ୍ଟ ମ୍ୟାଚ ଖେଳି ୪୫୬ ରନ କରିଛନ୍ତି। ଗତ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ଦଳ ମିଡିଲ ଅର୍ଡରର ମେରୁଦଣ୍ଡ ସାବ୍ୟସ୍ତ ହୋଇଛନ୍ତି। ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ସେ ତାଙ୍କ ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ। ତେବେ ଏହି ଟେଷ୍ଟ ମାଧ୍ୟମରେ ସେ ତାଙ୍କ ଲୟ ବଜାୟ ରଖିବାକୁ ଚାହିଁବେ।

LEAVE A REPLY

Please enter your comment!
Please enter your name here