ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅକ୍ଟୋବର ୨କୁ ସାରାଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିବସ ଭାବେ ପାଳନ କରିବାକୁ ଯାଉଛି। ୧୮୬୯, ଅକ୍ଟୋବର ୨ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମ ହୋଇଥିବା ମୋହନ ଦାସ କରମ ଚାନ୍ଦ୍‌ ଗାନ୍ଧୀଙ୍କୁ ପୂରା ବିଶ୍ୱରେ ଅହିଂସାର ପୂଜାରୀ ବୋଲି କୁହାଯାଏ। ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅତୁଳନୀୟ ଯୋଗଦାନ ପାଇଁ ସେ ଆଜିବି କୋଟିକୋଟି ଭାରତୀୟଙ୍କ ମଧ୍ୟରେ ଅମର ରହିଛନ୍ତି।

ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ବାପୁଙ୍କୁ ଖାଇବାରେ କ’ଣ ପସନ୍ଦ ଥିଲା…

ସବୁ ଭାରତୀୟଙ୍କ ଖାଇବାରେ ପ୍ରଥମ ପସନ୍ଦ ଥାଏ ଭାତ, ଡାଲି। ସେହିପରି ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ଖାଇବାରେ ଭାତ ଓ ଡାଲି ଖୁବ୍‌ ପସନ୍ଦ ଥିଲା।

ରୁଟି ଗାନ୍ଧୀଜୀଙ୍କର ପ୍ରିୟ ଖାଦ୍ୟ ଥିଲା। ଗୁଜୁରାଟି ପରିବାରରେ ଜନ୍ମ ହୋଇଥିବାରୁ ପିଲାବେଳୁ ହିଁ ରୁଟି ପ୍ରତି ତାଙ୍କର ଆଗ୍ରହ ଥିଲା। ଶେଷ ଜୀବନ ପର୍ଯ୍ୟନ୍ତ ବାପୁଜୀ ରୁଟି ଖାଉଥିଲେ।

ଦହି ବାପୁଜୀଙ୍କ ପ୍ରିୟ ଖାଦ୍ୟ ଥିଲା। ପ୍ରତିଦିନ ଖାଇବାରେ ସେ ଦହି ସାମିଲ କରୁଥିଲେ।

ଗାନ୍ଧୀଜୀଙ୍କୁ ପୋଡ଼ା ବାଇଗଣ ଓ ସିଝା ମୂଳା ଖାଇବା ମଧ୍ୟ ପସନ୍ଦ ଥିଲା। ଏହାଛଡ଼ା ଗାନ୍ଧୀଜୀ ବିନା ଲୁଣ ଓ ବିନା ତେଲରେ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିଲେ।

Comment