ଓଡ଼ିଶାଲାଇଭ୍ ବ୍ୟୁରୋ

ଭଦ୍ରକ ଓ ବାଲେଶ୍ୱରେ ଖୋଲିଲା ନୂଆ ରିଲାଏନ୍ସ ସ୍ମାର୍ଟ ଷ୍ଟୋର। ମଙ୍ଗଳବାର ଭଦ୍ରକର ଛପୁଲିଆ ବାଇପାସ ଏବଂ ବାଲେଶ୍ୱରର ରେଳଷ୍ଟେସନ ନିକଟରେ ଏହି ଦୁଇ ନୂଆ ଷ୍ଟୋର ଖୋଲାଯାଇଛି। ଏହି ଦୁଇଟି ଷ୍ଟୋରକୁ ମିଶାଇ ବାଲେଶ୍ୱର ଓ ଭଦ୍ରକରେ ରିଲାଏନ୍ସ ଷ୍ଟୋର ସଂଖ୍ୟା ୮ରେ ପହଞ୍ଚିଛି।

ନୂଆକରି ଖୋଲିଥିବା ଏହି ଷ୍ଟୋରରେ ଗ୍ରାହକମାନେ  ବିଭିନ୍ନ ପ୍ରକାରର ଗ୍ରୋସରୀ ସାମଗ୍ରୀ ସହ ଫଳ, ପନିପରିବା, ଦୁଗ୍ଧଜାତ ଦ୍ରବ୍ୟ ସହ ବିଭିନ୍ନ ପ୍ରକାରର ଘରକରଣା ଜିନିଷ ଆଦି ପାଇପାରିବେ।

ନୂଆ ଷ୍ଟୋରରେ ବିଭିନ୍ନ ସାମଗ୍ରୀର ଏମଆରପି ମୂଲ୍ୟ ଉପରେ ୫ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି। ଏହାସହ ୧୪୯୯ ଟଙ୍କାର ସପିଙ୍ଗ୍ କଲେ ଗ୍ରାହକମାନଙ୍କୁ ମାତ୍ର ୯ ଟଙ୍କାରେ ୧ କେଜି ଚିନି ଦିଆଯାଉଛି।

ନୂଆ କରି ଖୋଲିଥିବା ଏହି ଷ୍ଟୋରରେ ବର୍ତ୍ତମାନ ଗ୍ରାହକମାନଙ୍କୁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ଷ୍ଟୋରରେ ଗ୍ରାହକମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି। ଗ୍ରାହକମାନଙ୍କୁ ସହଯୋଗ କରିବା ପାଇଁ ସହଯୋଗୀ ମଧ୍ୟ ରଖାଯାଇଛି ଏହାସହ ବିଭିନ୍ନ ଜିନିଷର ଲାଇଭ୍ ମଡେଲ ମଧ୍ୟ ରଖାଯାଇଛି।

ଦେଶର ୧୨୦ଟି ସହରରେ ଥିବା ଏହି ରିଲାଏନ୍ସ ସ୍ମାର୍ଟ ଗ୍ରାହକଙ୍କର ନିତିଦିନିଆ ଆବଶ୍ୟକତା ପୂରଣ କରିବା ସହ ବିଭିନ୍ନ ସ୍ୱତନ୍ତ୍ର ଦିନମାନଙ୍କରେ ଆକର୍ଷଣୀୟ ଅଫର୍ ପ୍ରଦାନ କରି ଦର୍ଶକଙ୍କୁ ଆକୃଷ୍ଟ କରିପାରୁଛି। ଗ୍ରାହକଙ୍କ ନିକଟରେ ସବୁଠାରୁ ଭଲ ସେବା ପହଞ୍ଚାଇବା ପାଇଁ ଷ୍ଟୋର ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହାସହ ମାସିକିଆ ଗ୍ରୋସରୀ ସପିଙ୍ଗ୍ ପାଇଁ ରିଲାଏନ୍ସ ସ୍ମାର୍ଟ ଏବେ ଗ୍ରାହକମାନଙ୍କର ପସନ୍ଦର ଷ୍ଟୋର ହୋଇପାରିଛି।

Comment