ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନାକୁ ତୀର ମାରିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ‘ମୋ ସରକାର’ ବଦଳରେ ରାଜ୍ୟ ସରକାର କାହିଁକି ‘ଆମ ସରକାର’ କଲେନି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନିରଞ୍ଜନ।

‘‘ମୋ ସରକାର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ହେଲେ ଏହାକୁ ‘ଆମ ସରକାର’ ନାଁ ଦେଇଥିଲେ ଭଲ ହୋଇଥାନ୍ତା। ତାଛଡ଼ା ୨୦ ବର୍ଷର ଶାସନ ଭିତରେ ଯାହା ହୋଇପାରି ନାହିଁ ତାହା ଏବେ କେମିତି ସମ୍ଭବ ହେବ? ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ କଥା ହୁଅନ୍ତୁ, ଭଲ କଥା’’, କହିଛନ୍ତି ନିରଞ୍ଜନ।

ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ ଶୁଭାରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଥାନା ଏବଂ ଡାକ୍ତରଖାନାରେ ଲୋକଙ୍କୁ କେମିତି ସେବା ମିଳୁଛି ତାହା ଜାଣିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଫୋନ୍‌ କରି କଥା ହେବେ।

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସହିଦ ନଗର ଥାନା ଏକଂ କ୍ୟାପିଟାଲ ହସ୍ପିଟାଲରୁ ଏହି ଯୋଜନାକୁ ଶୁଭାରମ୍ଭ କରିବେ ନବୀନ। ଏହା ପୂର୍ବରୁ ପ୍ରସ୍ତୁତି ଶେଷ ହୋଇଛି।

‘ମୋ ସରକାର’ର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ବିଭିନ୍ନ ଥାନା ଅଧିକାରୀ ଏବଂ ସିଡିଏମ୍‌ଓମାନଙ୍କୁ ଅବଗତ କରାଯାଇଛି। ହେଲେ ଯୋଜନା ଶୁଭାରମ୍ଭ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତୀର ମାରିଛନ୍ତି।

Comment