ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ମୟୂରଭଞ୍ଜ ଉଦଳାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଉଦଳା ଏନଏସି ସମତେ ସ୍ଥାନୀୟ ଶିକ୍ଷାନୁଷ୍ଠାନ ଓ ସ୍ଵେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।

ସମସ୍ତେ ମିଳିତ ଭାବେ ପଦଯାତ୍ରାରେ ବାହାରି ଉଦଳା ବଜାର ସମେତ କୃଷକ ବଜାର ଓ ଡାକ୍ତରଖାନା ପରିସର ସଫେଇ କରିଥିଲେ।

ଏହାସହ ଉଦଳା ବିଜେପି ପକ୍ଷରୁ ଦଳୀୟ କାର୍ଯ୍ୟାଳୟରୁ  ବାହାରି ବିଧାୟକ ଭାସ୍କର ମଢେଲଙ୍କ ନେତୃତ୍ଵରେ ପଦଯାତ୍ରାର ବିଭିନ୍ନ ଓ୍ଵାର୍ଡ ପରିକ୍ରମା କରିଥିଲେ।

ଅନ୍ୟପଟେ ମୟୂରଭଞ୍ଜ ଭକ୍ତିଜ୍ଞାନ ସେବା ସମିତି ପକ୍ଷରୁ ୧୫୦ତମ ଗାନ୍ଧୀ ଜୟନ୍ତୀ ପାଳନ ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ବୀରଭଦ୍ର ସିଂ, ଉପଖଣ୍ଡ ସୂଚନା ଓ ଲୋକସମ୍ପକର୍ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଯୋଗଦେଇ ଗାନ୍ଧୀଜୀଙ୍କ ସ୍ମୃତି ଚାରଣ କରିବା ସହ ସ୍ଵଚ୍ଛ ଭାରତ ଓ ସୁସ୍ଥ ଭାରତ ବାର୍ତ୍ତା ଦେଇଥିଲେ।

Comment