ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାତ୍ମା ଗାନ୍ଧୀଙ୍କ ଜୀବନ କାହାଣୀକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍‌ ପକ୍ଷରୁ ପ୍ରସ୍ତୁତ ୱେବ୍ ସିରିଜ୍‌ -‘ମଣିଷ ଗାନ୍ଧୀ’।

ସାଧାରଣତଃ ଆମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଇଶ୍ୱର ତୁଲ୍ୟ କରିଥାଉ। ମହାତ୍ମା ଶବ୍ଦଟି ଲଗାଇବା ମାତ୍ରେ ଆମେ ମଣିଷକୁ ତା’ ଦେହରୁ ଅଲଗା କରିଦେଉ। ଆମେ ଯାହାଙ୍କୁ ଭଗବାନ ତୁଲ୍ୟ କରୁ ତାଙ୍କୁ ସେହି ମୁହୂର୍ତ୍ତରେ ସାଧାରଣ ମଣିଷଠୁଅଲଗା ଭାବୁ। ତେଣୁ ତାଙ୍କର କୀର୍ତ୍ତିକୁ ଆମେ ଯେତେବେଳେ ମନେ ପକାଉ ସେତେବେଳେ ଆମେ ଭାବୁ ସେ ଭଗବାନ ଥିଲେ ବୋଲି ଏକଥା କରିପାରିଥିଲେ। ତେଣୁ ଗାନ୍ଧୀଜୀଙ୍କ ଜୀବନର ସେହି ଅସାଧାରଣ କଥାକୁ ‘ମଣିଷ ଗାନ୍ଧୀ’ ଓ୍ଵେବ୍ ସିରିଜ୍‌ରେ ଉପସ୍ଥାପନ କରିଛନ୍ତି ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଏବଂ ଲେଖକ ଦାଶ ବେନହୁର।

‘‘ପ୍ରକୃତରେ ଗାନ୍ଧୀଜୀ ଜଣେ ସାଧାରଣ ମଣିଷ। ଜଣେ ସାଧାରଣ ମଣିଷ ଭାବରେ ନିଜ ଜୀବନରେ ଅନେକ ନୂଆ କାମ କରିଛନ୍ତି। ସେ ଆର୍ଦଶର ଧାରା ବିଚ୍ଛୁରଣ କରିପାରିଛନ୍ତି। ତାଙ୍କର ସେହି ଆଦର୍ଶ ଆଜି ଅନେକଙ୍କୁ ପଥ ଯୋଗାଇଛି’’, ମଣିଷ ଗାନ୍ଧୀ ଓ୍ୱେବ୍‌ସିରିଜି୍‌ରେ କହିଛନ୍ତି ଦାଶ ବେନହୁର।

ଦାଶ ବେନହୁର ଗାନ୍ଧୀଙ୍କ ଦୃଷ୍ଟିରେ ମାତୃଭାଷା ସଂପର୍କରେ ଏହି ଓ୍ୱେବ ସିରିଜରେ କହିଥିଲେ।

ଏ ହେଉଛି ୧୯୨୧ ମସିହାର କଥା।  ସେ ସମୟରେ କଂଗ୍ରେସ ସ୍ଵାଧୀନତା ଆନ୍ଦୋଳନର ମୁଖ୍ୟ ନେତୃତ୍ଵ ନେଉଥିଲା। ହେଲେ ଓଡିଶାରେ କିନ୍ତୁ କଂଗ୍ରେସ ଦଳର କୌଣସି ଚିହ୍ନବର୍ଣ୍ଣ ନଥିଲା। ସେ ସମୟରେ ଯାହାବି କିଛି ପ୍ରେରଣା ଆସିଥିଲା, ତାହା ଗୋପବନ୍ଧୁ ଦାସଙ୍କ ଦ୍ଵାରା ହିଁ ସମ୍ଭବ ହୋଇଥିଲା। କାରଣ ସେ ପୂର୍ବରୁ କଂଗ୍ରେସ ଅଧିବେଶନରେ ଯୋଗଦେଇ ସାରିଥିଲେ। ପୂର୍ବରୁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୌରୀଶଙ୍କର ରାୟ ଆଦି କଂଗ୍ରେସରେ ଯୋଗ ଦେଇଥିଲେ ସୁଦ୍ଧା କଂଗ୍ରେସର ବିଚାରଧାରା ଓଡିଶାରେ ପହଞ୍ଚି ପାରିନଥିଲା।

ପରେ ପରେ ଅସହଯୋଗ ଆନ୍ଦୋଳନ ସମୟରେ ହିଁ ଗାନ୍ଧୀଙ୍କ ଚିନ୍ତାଧାରା ସାରା ଭାରତରେ ପରିବ୍ୟାପ୍ତ ହୋଇପାରିଥିଲା। ୧୯୨୧ ମସିହା ମାର୍ଚ୍ଚ ମାସ ୨୩ତାରିଖରେ ଦୋଳ ପୂର୍ଣ୍ଣିମାରେ  ଓଡିଶା ଆସିଲେ ଗାନ୍ଧୀ । କଟକ କାଠଯୋଡି ନଦୀ ପଠାରେ ହୋଇଥିଲା ଏକ ସାଧାରଣ ସଭା। ସେ ସମୟରେ ସନାତନ ଧର୍ମର ଲୋକ ଭାବୁଥିଲେ ଯେ ଗାନ୍ଧୀ ତାଙ୍କର ସବୁକିଛି ନଷ୍ଟ କରିଦେବେ। କାରଣ ଗାନ୍ଧୀଜୀ ଜାତିପ୍ରଥାରେ ବିଶ୍ଵାସ କରୁନଥିଲେ।

ସେହି ସମୟରେ ସଭାରେ ଗାନ୍ଧୀଙ୍କୁ କଳାପତାକା ଧରି ବିରୋଧ କଲେ ସନାତନ ଧର୍ମୀ ଲୋକ। ଗାନ୍ଧୀଜୀଙ୍କୁ ଜଣେ ସାଧାରଣ ଲୋକ ପ୍ରଶ୍ନ କରିଥିଲେ ଯେ, ଗାନ୍ଧୀ ନିଜେ ଇଂରାଜୀ ଶିକ୍ଷା କରି ବାରିଷ୍ଚର ହୋଇଛନ୍ତି । ତାଙ୍କ ପୂର୍ବରୁ ରାଜା ରାମମୋହନ ରାୟ,ବାଲ ଗଙ୍ଗାଧର ତିଲକ ମଧ୍ୟ ସମସ୍ତେ ଇଂରାଜୀ ଶିକ୍ଷା ଲାଭ କରି ଶିକ୍ଷିତ ହୋଇପାରିଛନ୍ତି। ତେବେ ଜଣେ ବ୍ୟକ୍ତି ପାଇଁ ଇଂରାଜୀ ଶିକ୍ଷା କେତେ ଜରୁରୀ?

ଏହାର ଉତ୍ତରରେ ଗାନ୍ଧୀ କହିଥିଲେ, ଏହା ସତ କଥା ଆମେ ଇଂରାଜୀ ପାଠ ପଢିଛୁ। କିନ୍ତୁ ଶଙ୍କର, ଚୈତନ୍ୟ, କବୀର, ନାନକ ଆଦି ସମସ୍ତେ ଇଂରାଜୀ ନ ଶିଖି ମଧ୍ୟ ନିଜ ଭାଷା ମାଧ୍ୟମରେ ପରିଚିତ ହୋଇପାରିଥିଲେ। ଇଂରାଜୀ ଭାଷା ବଦଳରେ ଦେଶୀ ଭାଷା ଆମ ଅନ୍ତରର ଭାବନାକୁ ଆହୁରି ଉଚ୍ଚକୁ ନେଇଥାଏ।

ମୌଳିକ ଭାଷାଠୁ ଆମେ ଦୂରେଇ ଗଲେ ଆମର ଅନ୍ତରର ଭାଷା ସହ ବାହାରର ଭାଷାକୁ ଆମେ ଯୋଡି ରଖି ପାରିବା ନାହିଁ। କାରଣ ଭାଷା ହେଉଛି ଭାବର ମାଧ୍ୟମ। ମୌଳିକ ଭାଷାରେ ଶିକ୍ଷା ଅର୍ଜନ କରିବା ଦ୍ଵାରା ଆମେ ଜୀବନରେ ଆଗକୁ ଯାଇପାରିବା।

LEAVE A REPLY

Please enter your comment!
Please enter your name here