ଓଡ଼ିଶାଲାଇଭ ବ୍ୟୁରୋ

ଭୁବନେଶ୍ଵର ଏମ୍ସ ସ୍ଥାନାନ୍ତର ହେଲେ ବାଲେଶ୍ଵର ଔପଦା ବଡ଼ ପୋଖରୀ ଗାଁର ୩ଟି ଗୋଡ଼ ଥିବା ବାଳକ। ବାଳକଟିର ନାଁ ସୁଦାମ ବେହେରା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି।

ପ୍ରାୟ ମାସେ ହେଇଯିବ ବାଲେଶ୍ଵର ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ ସୁଦାମା। ୩ଟି ଗୋଡ଼ ଯୋଗୁଁ ତାଙ୍କୁ ଶୋଇବାକୁ ଅସୁବିଧା ହେବା ସହ ବହୁତ ଯନ୍ତ୍ରଣା ମଧ୍ୟ ହେଉଥିଲା। ତେବେ ଅଧିକ ଚିକିତ୍ସା ପାଇଁ ବାପା ମା ଅସହାୟ ଥିଲେ।

ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପିଲାଟିର ଚିକିତ୍ସା ପାଇଁ ଏମ୍ସ ସୁପରିଟେଣ୍ଡଙ୍କୁ ଚିଠି ଲେଖିଥିଲେ। ତେବେ ଆଜି ବାଳକଟିକୁ ଏମ୍ସ ସ୍ଥାନାନ୍ତର କରାଯାଇଛି।

Comment