ଓଡ଼ିଶାଲାଇଭ୍ ବ୍ୟୁରୋ

ଅଙ୍ଗୁରରେ ଭରି ରହିଛି ଭିଟାମିନ୍-ସି, ଭିଟାମିନ୍-କେ, ଆଣ୍ଟିଅକ୍ସିଡାଣ୍ଟ୍ ଏବଂ କାର୍ବୋହାଇଡେଟ୍। ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ଲାଭପ୍ରଦ କେଶ ପାଇଁ ବି ସେତିକି ଲାଭଦାୟକ। ଜାଣନ୍ତୁ ଅଙ୍ଗୁରକୁ କେଶରେ କିପରି ବ୍ୟବହାର କରିବେ।

ଅଙ୍ଗୁର ହେୟାର୍ ମାସ୍କ

ଅଙ୍ଗୁରକୁ ହେୟାର୍ ମାସ୍କ୍ ଭଳି ବ୍ୟବହାର କରିପାରିବେ।

ଅଧା କପ୍ ଅଙ୍ଗୁରକୁ ଭଲ ଭାବେ ପେଷ୍ଟ୍ କରି ସେଥିରେ ୨ ଚାମଚ ଦହି, ୧ ଚାମଚ ମେଥି ଆଉ ଗୋଟିଏ ଲେମ୍ବୁ ଚିପୁଡ଼ି ମାସ୍କ ପ୍ରସ୍ତୁତ କରନ୍ତୁ। ଏହାକୁ କେଶରେ ଭଲ ଭାବେ ଲଗାଇ ୨ ଘଣ୍ଟା ପରେ ପାଣିରେ ଧୋଇ ସାମ୍ପୁ କରନ୍ତୁ। ଏହି ହେୟାର୍ ମାସ୍କକୁ ସପ୍ତାହକୁ ୩ ଥର ବ୍ୟବହାର କରନ୍ତୁ। କେଶ ଘନ ହେବା ସଙ୍ଗେ ସଙ୍ଗେ ସୁନ୍ଦର ହେବ।

ନଡ଼ିଆ ତେଲ, ଅଙ୍ଗୁର, ମହୁ ତିଆରି ତେଲ

ନଡ଼ିଆ ତେଲରେ ଅଙ୍ଗୁର ରସ ମିଶାଇ ବ୍ୟବହାର କରନ୍ତୁ। ଗୋଟିଏ ଅଙ୍ଗୁର ରସରେ ଗୋଟିଏ ଠିପି ନଡ଼ିଆ ତେଲ ଏବଂ ଅଧା ଚାମଚ ମହୁ ମିଶାଇ ଭଲ ଭାବେ କେଶରେ ମାଲିସ୍ କରନ୍ତୁ। ମାଲିସ୍ କରିବାର ଅଧ ଘଣ୍ଟା ପରେ ସାମ୍ପୁ କରିଦିଅନ୍ତୁ।

ସପ୍ତାହକୁ ୨ ଥର ଏପରି କରନ୍ତୁ, ଦେଖିବେ ରୂପି ଦୂର ହେବ।

Comment