ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଙ୍ଗୁରରେ ଗ୍ଲୁକୋଜ, ମ୍ୟାଗ୍ନେସିୟମ ଓ ସାଇଟ୍ରିକ ଏସିଡ ଭଳି ବହୁ ପୋଷକ ତତ୍ତ୍ୱ ରହିଛି। ଏହା ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ।

ଏକ କପ୍‌ ଲାଲ୍‌ ଏବଂ ସବୁଜ ଅଙ୍ଗୁର୍‌ରେ ଭରପୂର କ୍ୟାଲୋରି ସହ ୧.୦୯ ପ୍ରୋଟିନ୍‌, ୦.୨୪ଗ୍ରାମ୍‌ ଫ୍ୟାଟ୍‌, ୧.୪ ଗ୍ରାମ୍‌ ଫାଇବର୍‌ ଏବଂ ୨୭.୩୩ ଗ୍ରାମ୍‌ କାର୍ବୋହାଇଡ୍ରେଟ୍‌ର ମାତ୍ରା ରହିଥାଏ।

ତେବେ ଆସନ୍ତୁ ଜାଣିବା ଅଙ୍ଗୁରରେ ରହିଥିବା ଉପକାରିତା।

ମଧୁମେହ

ମଧୁମେହ ପୀଡିତାଙ୍କ ପାଇଁ ମଧ୍ୟ ଅଙ୍ଗୁର ରାମବାଣ ସଦୃଶ କାମ କରେ। ଏହା ବ୍ଲଡ ସୁଗାର ସ୍ତରକୁ କମ କରିଥାଏ। ଅଙ୍ଗୁରରେ ସାଧାରଣତଃ ଫାଇବର୍‌,ପୋଟାସିଅମ୍‌ ଏବଂ ମିନେରାଲ୍‌ସ ଇତ୍ୟାଦି ଭରପୂର ମାତ୍ରାରେ ରହିଥାଏ। ହେଲେ ଡ଼ାଇବେଟିସ୍‌ ରୋଗୀ ଏହାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଖାଦ୍ୟରେ ସାମିଲ୍‌ କରନ୍ତୁ।

ଅଧକପାଳି

ଅଧାକପାଳି (ମାଇଗ୍ରେନ) ଲାଗି ଅଙ୍ଗୁର ରସ ସେବନ ଫଳପ୍ରଦ। ଅଙ୍ଗୁର ରସ ନିୟମିତ ସେବନ କଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

କୋଷ୍ଠକାଠିନ୍ୟ ସମସ୍ୟା

ଅଙ୍ଗୁର ରସ ସେବନ କଲେ ଶରୀରକୁ ଶକ୍ତି ମିଳିଥାଏ। ଏହାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହେବା ସହ ଭଲ ଭୋକ ବି ହୁଏ।

ରକ୍ତହୀନତା

ରକ୍ତହୀନତା ଦୂର କରିବା ପାଇଁ ଏକ ଗ୍ଲାସ ଅଙ୍ଗୁର ଜୁସରେ ୨ ଚାମଚ ମହୁ ମିଶାଇ ପିଅନ୍ତୁ। ଏହାଦ୍ୱାରା ରକ୍ତହୀନତା ଦୂର ହୋଇଯିବ। ଏହା ରକ୍ତରେ ହିମୋଗ୍ଲୋବିନ ସ୍ତର ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରେ।

ଅବସାଦରୁ ରକ୍ଷା କରେ ଅଙ୍ଗୁର

ଅଙ୍ଗୁର ସେବନ ଯୋଗୁଁ ବି ବ୍ୟକ୍ତି ଅବସାଦ ଦାଉରୁ ରକ୍ଷା ପାଇଥାଏ। କାରଣ ଅଙ୍ଗୁର ମଣିଷ ଶରୀରରେ ଅନେକ ସକାରାତ୍ମକ କ୍ରିୟା କରିଥାଏ। ଅଙ୍ଗୁରରେ ଭରି ରହିଥିବା ପାଲିଫିନାଲ୍‌ କମ୍ପାଉଣ୍ଡ୍‌ ବି ବ୍ୟକ୍ତିର ମସ୍ତିଷ୍କରେ ମାଲିକ୍ୟୁଲର ଏବଂ ସେଲ୍ୟୁଲର୍‌ ସେଲ୍‌ସକୁ ସୁରକ୍ଷିତ ରଖିଥାଏ। ଏହା ଅବସାଦ ଏବଂ ଚିନ୍ତା ଜନିତ ଚାପକୁ ଦୂରାଇବାରେ ଅତ୍ୟନ୍ତ ସାହଯ୍ୟକାରୀ ହୋଇଥାଏ।

ଆଖିସମସ୍ୟା

ଏଥିସହିତ ଆଖିସମସ୍ୟା ପାଇଁ ବି ଅଙ୍ଗୁର ବେଶ୍‌ ଲାଭଦାୟକ ଅଟେ। ଏତଦ୍‌ବ୍ୟତୀତ ଅଙ୍ଗୁର ମଧ୍ୟ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ବି ବଞ୍ଚାଇଥାଏ।

 

Comment