ଓଡ଼ିଶାଲାଇଭ୍ ବ୍ୟୁରୋ

hengu-1

ଭାରତୀୟ ରୋଷେଇଶାଳରେ ହେଙ୍ଗୁ ବେଶ୍ ପରିଚିତ ମସଲା। ଏହାର ସାମାନ୍ୟ ବ୍ୟବହାର ଡାଲି, ତରକାରୀ ଆଦି ବିଭିନ୍ନ ଖାଦ୍ୟକୁ କରିଦିଏ ସୁସ୍ୱାଦୁ। ତେବେ ସ୍ୱାଦ ସହ ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ ଯାହା ଶରୀରର ବିଭିନ୍ନ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ଏଥିରେ ଅଛି ରୋଗ ପ୍ରତିରୋଧକ ଶକ୍ତି। ଏହା ବ୍ୟତୀତ ଭିଟାମିନ୍, କ୍ୟାଲସିୟମ, ଆଇରନ, ଆଣ୍ଟି-ଅକ୍ସିଡେଣ୍ଟ, ଆଣ୍ଟି-ଭାଇରଲ୍ ଆଦି ଗୁଣ ମଧ୍ୟ ରହିଛି।

ତେବେ ଆସନ୍ତୁ ଜାଣିବା ହେଙ୍ଗୁ କେତେ ଲାଭଦାୟୀ-

-ପ୍ରତିଦିନ ଖାଦ୍ୟରେ କିଛି ମାତ୍ରାରେ ହେଙ୍ଗୁ ରହିଲେ ଏହା ପାଚନ ପ୍ରକ୍ରିୟାକୁ ସୁଦୃଢ଼ କରିଥାଏ। ଏସିଡିଟି, ପେଟ ଯନ୍ତ୍ରଣା, ବଦହଜମୀ ଆଦି ରୋଗରୁ ମୁକ୍ତି ମିଳେ। ଗୋଟିଏ କପ ପାଣିରେ ସାମାନ୍ୟ ହେଙ୍ଗୁ ମିଶାଇ ପିଇଲେ ଖାଦ୍ୟ ଠିକସେ ହଜମ ହୋଇଥାଏ।

-ଆସ୍ଥମା ରୋଗୀଙ୍କ ପାଇଁ ଏହା ବହୁତ ଉପକାରୀ। ପ୍ରତିଦିନ ଏହାକୁ ସେବନ କଲେ ଶ୍ୱାସଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ଛାତି ଯନ୍ତ୍ରଣା ମଧ୍ୟ ଦୂର କରେ।

-ଏଥିରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟୋରିଆଲ୍ ଗୁଣ ଶରୀରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଯାହା ଦ୍ୱାରା କୌଣସି ରୋଗ ଜଲଦି ମାଡ଼ିବସେନି।

hengu-2

-ଏଥିରେ ରହିଛି କୋମେରିନ୍ ଯାହା ବ୍ଲଡ୍ ପ୍ରେସର୍ ନିୟନ୍ତ୍ରଣରେ ରଖେ। ଏହା ସହ ଶରୀରେ ରକ୍ତ ପ୍ରବାହ ଭଲସେ ହୁଏ।

-ମାସିକ ଋତୁସ୍ରାବରେ ମହିଳାଙ୍କୁ ହେଉଥିବା ପେଟ ଯନ୍ତ୍ରଣାରୁ ମଧ୍ୟ ଏହା ଆରାମ ଦେଇଥାଏ। ଏହି ସମୟରେ ପାଣିରେ ସାମାନ୍ୟ ହେଙ୍ଗୁ ମିଶାଇ ପିଇବା ଦ୍ୱାରା ଏହି ଯନ୍ତ୍ରଣାରି ମୁକ୍ତି ମିଳେ।

-ଦାନ୍ତରେ ହେଉଥିବା ଯନ୍ତ୍ରଣାକୁ ଦୂର କରିବା ପାଇଁ ମଧ୍ୟ ହେଙ୍ଗୁର ବ୍ୟବହାର କରାଯାଏ। ହେଙ୍ଗୁରେ କିଛି ମାତ୍ରାରେ ଲେମ୍ବୁ ରସ ମିଶାଇ ଯନ୍ତ୍ରଣା ହେଉଥିବା ଜାଗାରେ ଲଗାଇବା ଦ୍ୱାରା ଆରାମ ମିଳିଥାଏ।

-ସେହିପରି ହେଙ୍ଗୁକୁ ସାମାନ୍ୟ ଗରମ କରି ଏହାର ପେଷ୍ଟ ବନାନ୍ତୁ। ମୁଣ୍ଡ ବିନ୍ଧୁଥିଲେ ଏହି ପେଷ୍ଟକୁ କପାଳରେ ଲଗାଇବା ଦ୍ୱାରା ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳେ।

Comment