ଓଡ଼ିଶାଲାଇଭ୍ ବ୍ୟୁରୋ

duck eggs-1

ଅଣ୍ଡା ହେଉଛି ଏକ ଖାଦ୍ୟ ଯାହାକୁ ଅଧିକାଂଶ ଲୋକ ଖାଇବାକୁ ଭଲ ପାଇଥାନ୍ତି। ସ୍ୱାଦ ସହ ଝଟପଟ ପ୍ରସ୍ତୁତ ହେଇପାରୁଥିବାରୁ ପ୍ରାୟ ସମସ୍ତଙ୍କର ପ୍ରିୟ ଅଣ୍ଡା। ଏଥିରେ ପୋଷଣ ମଧ୍ୟ ଅଧିକ ଥାଏ। ତେବେ ଅଣ୍ଡା କହିଲେ ଆମେ ସାଧାରଣତଃ କୁକୁଡ଼ା ଅଣ୍ଡା ବୁଝିଥାଉ। ହେଲେ ଆପଣ ଜାଣନ୍ତିକି, ବତକ ଅଣ୍ଡାରେ ରହିଛି କୁକୁଡ଼ା ଅଣ୍ଡାଠାରୁ ଅଧିକ ପୋଷଣ। ଏହାସହ ଏଥିରେ ଥିବା ଭିଟାମିନ୍ ଶରୀର ପାଇଁ ବେଶ୍ ଲାଭଦାୟୀ।

-ଜିମରେ ବଡି ତିଆରି ପାଇଁ ଅଦିକ ସମୟ ଦେଉଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ବେଶ୍ ଉପକାରୀ। ଏତିରେ ରହିଛି ପ୍ରୋଟିନ୍ ଏବଂ ଆମିନୋ ଏସିଡ୍ ଯାହା ବଡି ତିଆରି କରିବାରେୋ ସାହାଯ୍ୟ କରେ।

duck egg-2

-ଏଥିରେ ଥିବା ହେଲଦି ଫ୍ୟାଟ୍, କୋଲେଷ୍ଟ୍ରଲ୍ ଏବଂ ଭିଟାମିନ୍ ଆଦି ହୃଦଜନିତ ରୋଗଠାରୁ ଦୂରରେ ରଖେ।

-ବତକ ଅଣ୍ଡାରେ ଥିବା କେରୋଟେନଏଡ୍ ନାମକ ଆଣ୍ଟି ଅକ୍ସିଡେଣ୍ଟ ଶରୀରରେ ଡି.ଏନ୍.ଏ ଏବଂ କୋଷଗୁଡ଼ିକୁ ରକ୍ଷା କରିଥାଏ। ବୟସଜନିତ ବିଭଇନ୍ନ ରୋଗରୁ ମଧ୍ୟ ଏହା ରକ୍ଷା କରେ।

-ପ୍ରତିଦିନ ଗୋଟିଏ ବତକ ଅଣ୍ଡା ଖାଇବା ଦ୍ୱାରା ମୋତିଆବିନ୍ଦୁ ହେବାର ସମ୍ଭାବନା ହ୍ରାସ ପାଇଥାଏ। ଏହା ଆଖିର ଦୃଷ୍ଟିଶକ୍ତି ବଢ଼ାଇଥାଏ। ଆଖିଜନିତ ସମସ୍ୟା ଥିବା ବ୍ୟକ୍ତିମାନେ ଏହାକୁ ଖାଇବା ଉଚିତ୍।

duck egg-3

-ଏଥିରେ ଥିବା କେରୋଟିନଏଡ୍ସ୍, କ୍ରିପ୍ଟୋକ୍ସେନ୍ଥିନ, ଜେକ୍ସେନ୍ଥିନ୍ ତଥା ଲ୍ୟୁଟିନ୍ ଆଦି ଶରୀରରେ ଏମଏମଡି ଏବଂ କ୍ୟାନସରର ଆସଙ୍କା କମ କରିଥାଏ।

-ଏଥିରେ ଥବା କୋଲିନ ମସ୍ତିସ୍କ ଏବଂ ନ୍ୟୁରୋଟ୍ରାନ୍ସମିଟର ପାଇଁ ଲାଭଦାୟୀ। ଏବା ଚିନ୍ତା ଏବଂ ଡିପ୍ରେସନରରୁ ଦୂରେଇ ରଖେ।

-ବତକ ଅଣ୍ଡାରେ ଥିବା ଆଣ୍ଟିଭାଇରଲ ଏବଂ ଆଣ୍ଟିଫଙ୍ଗଲ ଗୁଣ ଋତୁଜନିତ ଥଣ୍ଡା, ସର୍ଦ୍ଦିରୁ ରକ୍ଷା କରିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

Comment