ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଦିନା ପତ୍ରରେ ରହିଛି ଓୌଷଧୀୟ ଗୁଣ। ଥଣ୍ଡା ପ୍ରଦାନ କରୁଥିବା ଏହି ଗୁଳ୍ମ ଜାତୀୟ ଉଦ୍ଭିଦ ଖାସ୍ କରି ଗରମ ଦିନରେ ଶରୀରକୁ ଥଣ୍ଡା ରଖେ। ହଜମ ପ୍ରକ୍ରିୟା ଠିକ୍ କରିବାଠୁ ଆରମ୍ଭ କରି ଶରୀରର ବିଭିନ୍ନ ସମସ୍ୟା ଦୂର କରୁଥିବା ପୁଦିନା ତ୍ୱଚା ପାଇଁ ମଧ୍ୟ ସେତିକି ଦରକାରୀ। ତେବେ ଆସନ୍ତୁ ଜାଣିବା ତ୍ୱଚା ପାଇଁ ଏହା କେତେ ଜରୁରୀ-

mint leaves

ମୁହଁରୁ ବ୍ରଣ ଦୂର କରିଥାଏ:

କିଛି ପୁଦିନା ପତ୍ରକୁ ଭଲସେ ଦଳି ସେଥିରେ ଗୋଲାପ ଜଳ ଏବଂ ବେସନ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ନିଜ ମୁହିଁରେ ଲଗାଇ 30 ମିନିଟ୍ ଯାଏଁ ରଖନ୍ତୁ। ଏହାପରେ ପାଣିରେ ଧୋଇଦିଅନ୍ତୁ। ଏହା ତ୍ୱଚାର ତୈଳ ଅଶଂ ଦୂର କରିବା ସହ ବ୍ରଣ ଆଶିବାକୁ ଦିଏ ନାହିଁ।

ନେଚୁରାଲ୍ ଟୋନର୍:

ପୁଦିନା ତ୍ୱଚା ପାଇଁ ପ୍ରାକୃତିକ ଟୋନର ହିସାବରେ କାମ କରେ। ପୁଦିନା ପତ୍ରକୁ ପାଣିରେ ଭଲସେ ଫୁଟାନ୍ତୁ। ଏହା ପରେ ସେହି ପାଣିକୁ ଛାଣି ଥଣ୍ଡା ହେବାକୁ ଦିଅନ୍ତୁ। ଏହି ପାଣିକୁ ଏକ ସ୍ପ୍ରେ ବୋଟଲରେ ଭର୍ତ୍ତି କରି ଟୋନର ଭାବରେ ବ୍ୟବହାର କରିପାରିବେ। ଏହା ତ୍ୱଚାକୁ ଫ୍ରେସ୍ ରଖିବା ସହ ଉଜ୍ଜଳ କରାଏ।

mint leaves

ତ୍ୱଚାକୁ ଟାଇଟ୍ ଏବଂ ସୁସ୍ଥ ରଖେ:

ପୁଦିନା ଶରୀର ତଥା ତ୍ୱଚାକୁ ସଠିକ୍ ପରିମାଣର ପୋଷକ ତତ୍ତ୍ୱ ଯୋଗାଇଥାଏ ଯାହା ତ୍ୱଚାରେ କୁଞ୍ଚନ ତଥା ବାର୍ଦ୍ଧକ୍ୟପଣକୁ ଶୀଘ୍ର ଆସିବାକୁ ଦିଏ ନାହିଁ। ଏଥିରେ ଥାଏ ଆଣ୍ଟି ଅକ୍ସିଡାଣ୍ଟ ଯାହା ଫ୍ରି ରେଡିକାଲ ଡ୍ୟାମେଜକୁ କଣ୍ଟ୍ରୋଲ୍ କରିଥାଏ।

ସ୍କ୍ରବର୍:

ପୁଦିନା ପ୍ତରର ଜୁସ୍ ବାହାର କରି ସେଥିରେ ଓଟମିଲ୍ ମିଶାଇ ଚେହେରାରେ ଲଗାନ୍ତୁ। ୧୦ରୁ ୧୫ ମିନିଟ୍ ଯାଏଁ ରଖି ପରେ ଏହାକୁ ସ୍କ୍ରବ୍ କରନ୍ତୁ ଏବଂ ଧୋଇଦିଅନ୍ତୁ। ଏହା ତ୍ୱଚାରେ ଥିବା ଡେଡ୍ ସେଲ୍ ବାହାର କରି ତ୍ୱଚାର ଅସଲି ଚମକ ଆଣିଥାଏ।

mint leaves

ତ୍ୱତାର ଶୁଷ୍କପଣ ଦୂର କରେ:

ଯେଉଁମାନଙ୍କ ତ୍ୱଚା ବାରମ୍ବାର ଶୁଖିଲା ହୋଇଯାଏ, ସେମାନେ ପୁଦିନାକୁ ମସ୍ଚରାଇଜର ଭାବେ ବ୍ୟବହାର କରିପାରିବେ। ପୁଦିନା ପତ୍ରକୁ ଗ୍ରାଇଣ୍ଡିଂ କରି ସେହି ପେଷ୍ଟକୁ କିଛି ସମୟ ପାଇଁ ନିଜ ତ୍ୱଚାରେ ଲଗାନ୍ତୁ। ଏହା ତ୍ୱଚାକୁ କୋମଳ କରିବାରେ ସାହାଯ୍ୟ କରିଥାଏ।

ଏହିପରି ଭାବେ ଖାଦ୍ୟ ପଦାର୍ଥରେ ସୁନ୍ଦର ଫ୍ଲେବର୍ ଆଣିପାରୁଥିବା ପୁଦିନା ଶରୀର ତଥା ଚେହେରାର ଚମକ ଆଣିବାରେ ମଧ୍ଯ ଯଥେଷ୍ଟ ସହାୟକ ହୋଇଥାଏ। ଏହା ଅତି ସହଜରେ ଘରେ ଘରେ ମିଳୁଥିବା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ ଯେଉଁଥିରେ ରହିଛି ଅନେକ ଔଷଧୀୟ ଗୁଣ।

Comment