ଓଡ଼ିଶାଲାଇଭ୍ ବ୍ୟୁରୋ

bel sharbat-4

ଓଡ଼ିଶାର ଘରେ ଘରେ ପରିଚିତ ବେଲ। କିଏ ଏହାକୁ କଞ୍ଚା ଖାଇବାକୁ ଭଲପାଏ ତ କିଏ ଏହାକୁ ପଣା କରି ପିଏ। ଭରପୂର ସ୍ୱାଦ ସହ ଏଥିରେ ରହିଛି ଅନେକ ଔଷଧୀୟ ଗୁଣ ମଧ୍ୟ। ବେଲପଣା ପିଇବା ଦ୍ୱାରା ଆପଣଙ୍କ ଶରୀରକୁ ମିଳିଥାଏ ଅନେକ ଫାଇଦା। ଆସନ୍ତୁ ଜାଣିବା ଏହା କେତେ ଲାଭଦାୟୀ-

ହୃଦଜନିତ ସମସ୍ୟା ଦୂର କରେ– ନିୟମିତ ବେଲପଣା ପିଇବା ଦ୍ୱାରା କୋଲେଷ୍ଟ୍ରଲ୍ ନିୟନ୍ତ୍ରଣରେ ରହେ। ତେଣୁ ହୃଦୟଜନିତ ସମସ୍ୟାର ଆଶଙକା କମ ଥାଏ।

ସୁଗାର ନିୟନ୍ତ୍ରଣ କରେ– ଯେଉଁମାନଙ୍କୁ ବ୍ଲଡ୍ ସୁଗାର ସମସ୍ୟା ରହିଛି ସେମାନେ ପ୍ରତିଦିନ ବେଲପଣା ପିଇବା ନିହାତି ଆବଶ୍ୟକ। ଏହା ଦ୍ୱାରା ଶରୀରରେ ସୁଗାର ଲେଭେଲ୍ ନିୟନ୍ତ୍ରଣରେ ରହେ।

digetion

ପେଟ ସମସ୍ୟା ଦୂର କରେ– ନିୟମିତ ବେଲପଣା ପିଇବା ଦ୍ୱାରା ବିଭିନ୍ନ ପେଟ ସମସ୍ୟା ଯଥା ଏସିଡିଟି, କୋଷ୍ଠକାଠିନ୍ୟ, ବଦହଜମୀ ଆଦି ରୋଗରୁ ମୁକ୍ତି ମିଳେ ଏବଂ ପାଚନ ପ୍ରକ୍ରିୟା ସୁଦୃଢ଼ କରେ।

ଡାଇରିଆ ସମୟରେ ଲାଭଦାୟୀ– ଡାଇରିଆ ହୋଇଥିବା ବ୍ୟକ୍ତି ବେଲ ପଣା ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏଥିରେ ଆବଶଅୟକ ଅନୁସାରେ ଚିନି କିମ୍ବା ଗୁଡ଼ର ବ୍ୟବହାର କରିପାରିବେ।

ହିଟ୍ ଷ୍ଟ୍ରୋକରୁ ବଞ୍ଚାଏ– ଅତ୍ୟଧିକ ଦରମ ଯୋଗୁଁ ଶରୀରକୁ ହିଟ୍ ଷ୍ଟ୍ରୋକର ଆଶଙ୍କା ଥାଏ। ଏପରି ପରିସ୍ଥିତିରେ ବେଲପଣା ଶରୀରକୁ ଥଣ୍ଡା ରଖିବା ସହ ଲୁ’ ରୁ ବଞ୍ଚାଏ।

bel sharbat-5

ପିଲା ଜନ୍ମ କରିଥିବା ମା’ଙ୍କ ପାଇଁ ଜରୁରୀ– ନୁଆ କରି ପିଲା ଜନ୍ମ କରିଥିବା ମା’ ଙ୍କ ପାଇଁ ବେଲପଣା ବେଶ୍ ଲାଭଦାୟୀ। ଏହା ସେବନ କରିବା ଦ୍ୱାରା ସେମାନଙ୍କ ଶରୀରକୁ ଶକ୍ତି ମିଳେ ଏବଂ ସ୍ତନରେ ଅଧିକ କ୍ଷୀର ଉତ୍ପନ କରିବାରେ ସାହାଯ୍ୟ କରେ।

କ୍ୟାନସରରୁ ରକ୍ଷା କରେ– ପ୍ରତିଦିନ ଏହି ପଣା ପିଇବା ଦ୍ୱାରା ବ୍ରେଷ୍ଟ କ୍ୟାନସର ହେବାର ଆଶଙ୍କା କମିଥାଏ।

ରକ୍ତ ସଫା କରେ– ସାମାନ୍ୟ ଉଷୁମ ପାଣିରେ ମହୁ ମିଶାଇ ବେଲପଣା ପ୍ରସ୍ତୁତ କରି ପିଇଲେ ରକ୍ତ ସଫା ହୋଇଥାଏ।

Comment