ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ୧୭ ଓ ୧୮ ତାରିଖ ଦୁଇଦିନ ଧରି ବିଜେପୁରରେ ପ୍ରଚାର କରିବେ। ଏପରିକି ବରଗଡ଼ରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ନବୀନ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ବିଜେପୁର, ଗାଇସିଲଟ, ବରପାଲିରେ ନିର୍ବାଚନ ପ୍ରଚାର କରିବେ। ପଥପ୍ରାନ୍ତ ସଭା ଏବଂ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି।

ଗତ ୨୦୧୮ ଉପ-ନିର୍ବାଚନରେ ବି ନବୀନ ଦୁଇ ଦିନ ଧରି ପ୍ରଚାର କରିଥିଲେ। ବରଗଡ଼ରେ ରାତ୍ରିଯାପନ କରିଥିଲେ। ବିଜେପୁରର ବିକାଶ ନିଜେ ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

୨୦୧୯ ନିର୍ବାଚନରେ ନବୀନ ନିଜେ ବିଜେପୁରରେ ପ୍ରାର୍ଥୀ ହୋଇ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ବିଜେପୁର ଆସନରୁ ଇସ୍ତଫା ଦେବା ପରେ ଉପ-ନିର୍ବାଚନ ପାଇଁ ବିଗୁଲ ବାଜିଛି।

ଅକ୍ଟୋବର ୨୧ରେ ବିଜେପୁରରେ ହେବ ଭୋଟ। ବିଜେଡି ଏବଂ କଂଗ୍ରେସ ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଥିବା ବେଳେ ବିଜେପି ପକ୍ଷରୁ ୨୪ ଜଣିଆ ତାଲିକା ପ୍ରକାଶ ପାଇଛି। ବିଜେଡି ଷ୍ଟାର ପ୍ରଚାରକ ତାଲିକାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରହିଛନ୍ତି।

LEAVE A REPLY

Please enter your comment!
Please enter your name here