ଓଡ଼ିଶାଲାଇଭ୍ ବ୍ୟୁରୋ

କଦଳୀ ଗଛର ମଞ୍ଜା ସ୍ଵାସ୍ଥ୍ୟ ପାଇଁ ଖୁବ୍ ଗୁଣକାରୀ। ଏହା ସମସ୍ତ ପ୍ରକାର ସ୍ଵାସ୍ଥ୍ୟ ସମସ୍ୟାର ପ୍ରାକୃତିକ ଉପଚାର। ଆୟୁର୍ବେଦ ଅନୁଯାୟୀ, କଦଳୀ ମଞ୍ଜା ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ବେଶ୍‌ ଲାଭଦାୟକ।

ନବଜାତ ଶିଶୁ ପାଇଁ ମାଆ କ୍ଷୀର ବହୁତ ଜରୁରୀ। ତେବେ ପ୍ରସବ ପରେ କେତେକ ମହିଳାଙ୍କ କ୍ଷୀର ଅଧିକ ମାତ୍ରାରେ ହୁଏ ନାହିଁ। ଏଭଳି ସମସ୍ୟା ପାଇଁ ମଞ୍ଜା ଲାଭଦାୟକ।

କ୍ୟାନ୍ସର୍ ଆଶଙ୍କାକୁ ଦୂର କରେ କଦଳୀ ମଞ୍ଜା। ଏଥିରେ ଅତ୍ୟଧିକ ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ୍ ଭରି ରହିଛି। ଏହି ପୋଷକ ତତ୍ୱ ଫ୍ରି ରେଡିକାଲ୍‌ରୁ ମୁକ୍ତି ଦେବା ସହିତ କ୍ୟାନ୍ସର୍ ଆଶଙ୍କାକୁ କମ୍ କରେ।

ଗୋଟିଏ କପ୍ ପାଚିଲା କଦଳୀ ମଞ୍ଜାକୁ ଦହି ସହିତ ଖାଇଲେ ମାସିକ ୠତୁଚକ୍ର ଠିକ୍ ରହେ।

ପିସିଓଏସ୍ (ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରମ୍) ରୋଗରେ ପୀଡ଼ିତ ମହିଳାମାନେ ମଞ୍ଜା ସେବନ କରନ୍ତୁ। ପିସିଓଏସ୍ ହେଲା ମହିଳାଙ୍କ ମଧ୍ୟରେ ଏକପ୍ରକାର ହର୍ମୋନ୍ ବିକାର, ଯାହା ମାସିକ ୠତୁଚକ୍ରରେ ସମସ୍ୟା ସୃଷ୍ଟି କରିଥାଏ।

କଦଳୀ ମଞ୍ଜା ଶରୀରରେ ଆଇରନ୍ ଅଭାବକୁ ପୂରା କରି ରକ୍ତାଭାବ ଦୂର କରେ।

ରକ୍ତରେ ସୁଗାର ବା ଶର୍କରା ସ୍ତରକୁ କମାଇ ମଧୁମେହକୁ ନିୟନ୍ତ୍ରଣ କରିଥାଏ।

କଦଳୀ ମଞ୍ଜା ଖାଇଲେ ପାଚନକ୍ରିୟା ଠିକ୍ ରହେ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୁଏ।

Comment